ହେଡଲାଇନସ୍:

ମଦ ଜାଲରେ ଖଡିଆଳ ଅଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ ଯଶୋବନ୍ତ କୁମାର : ସାହିତ୍ୟ ଓ ସଂସ୍କୃତି ସଂପନ୍ନ ଖଡିଆଳ ବର୍ତ୍ତମାନ ମଦ ଜାଲରେ । ଦେଶୀ, ବିଦେଶୀ ମଦ ବିଭିନ୍ନ ପ୍ରକାରର ନିଷିଦ୍ଧ ନିଶାଦ୍ରବ୍ୟ ଓ ଔଷଧର ବ୍ୟବହାର ଅଛି ଖଡିଆଳ ଆବାଳବୃଦ୍ଧ ବନିତାଙ୍କର ଚିନ୍ତାର କାରଣ ହୋଇ ଯାଇଛି । ମଦ୍ୟପାନ କେବଳ ଖଡିଆଳ କାହିଁକି ସାରା ଓଡିଶା ଓ ଭାରତ ବର୍ଷର ସମସ୍ୟା, ମାତ୍ର ଖଡିଆଳ ସସ୍କୃତି, ସାହିତ୍ୟ, କଳା, ସେବା, ରାଜନିତି, ପ୍ରଶାସନ , ଖେଳ ପ୍ରଭୃତି କ୍ଷେତ୍ରରେ ଯେଉଁ ଅବଦାନ ଦେଇ ଆସୁଥିଲା ମାଦକ ଦ୍ରବ୍ୟର ବ୍ୟବହାର ଯୋଗୁଁ ବର୍ତ୍ତମାନ ଏସବୁ କ୍ଷେତ୍ରରେ ନୂତନ ସମ୍ଭାବନା ଗୁଡିକ ବାଧାପ୍ରାପ୍ତ ।
ଖଡିଆଳ ସହରରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଗୋଟିଏ ଦେଶୀ ମଦଭାଟି ଏବଂ ଗୋଟିଏ ବିଦେଶୀ ମଦ ଦୋକାନ ଅଛି । ଏହା ବ୍ୟତୀତ ଏଠାରେ ଅଛି ପ୍ରତ୍ୟେକ ୱାର୍ଡରେ ଅନେକ କୁଚିଆ ମଦ ଦୋକାନ, ଦୁଇଟି ବାର ଏବଂ ଅନେକ ଢାବା ଯେଉଁଠାରେ କି ମଦ ବିକ୍ରି ଓ ମଦ୍ୟପାନରେ ଲୋକଙ୍କ ଅସୁବିଧା ନାହିଁ । କୁଚିଆ ମଦ ଦୋକାନ ଗୁଡିକର ସଂଖ୍ୟା ଏତେ ଅଧିକ ଯେ ପ୍ରତ୍ୟେକ ୫୦ କିମ୍ବା ୧୦୦ ମିଟର ଦୂରତାରେ ଗୋଟିଏ ଗୋଟିଏ ଦୋକାନ । ଏହି ଦୋକାନ ଗୁଡିକ ଚଲାଉଥିବା ମାଳିକ ମାନେ ବିଭିନ୍ନ ବର୍ଗର ଲୋକ । ବର୍ତ୍ତମାନ ଖଡିଆଳ ରେ ୧୩ ଟି ୱାର୍ଡ ରେ ପାଖାପାଖି ୧୦୦ ଟି କୁଚିଆ ଦୋକାନ ଥିବାର ଅନୁମାନ କରାଯାଉଛି । ମଦ ବିକ୍ରି କରି ଏହି ଲୋକମାନେ ମାଳାମାଳ ହେଉଛନ୍ତି, ମାତ୍ର ମଦ ପିଉଥିବା ଲୋକ ସର୍ବସ୍ୱ ହରାଇ ସର୍ବସ୍ୱାନ୍ତ ହେଉଛନ୍ତି । ଏମାନଙ୍କ ଭିତରୁ ବହୁତ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଯକୃତ ରୋଗରେ ଶୀକାର ହୋଇ ପ୍ରତିବର୍ଷ ଅନେକ ବ୍ୟକ୍ତି ମୃତ୍ୟୁବରଣ କରିବାର ଅନେକ ଉଦାହାରଣ ରହିଛି । ମଦ ପିଇବା ଲୋକର ପରିବାର ପ୍ରତିଦିନ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘରୋଇ ହିଂସା, ଆର୍ଥିକ ଅବନତି, ସାମାଜିକ ପ୍ରତିଷ୍ଠାରେ ଆଂଚ ଏହି ପରିବାର ମାନଙ୍କର ମୁଖ୍ୟ ସମସ୍ୟା । ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତି ନିଜ ପରିବାର ର ସଦସ୍ୟ ମାନଙ୍କର ଖାଦ୍ୟ, ବସ୍ତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ରେ ଅବହେଲା କରୁଛି । ଏହି ପରିବାରର ସଦସ୍ୟ ମାନେ ହିଁ ଶେଷରେ ବିପଥଗାମୀ ଦେବାର ଅନେକ ଉଦାହରଣ ଅଛି । ଘରର ଟିଅ ଝିଅ ବୋହୁ ମାନଙ୍କ ଅବସ୍ଥା ଯେ କଣ ହେଉଥିବ ସହଜରେ ଅନୁମେୟ ।
ବର୍ତ୍ତମାନ ଖଡିଆଳର ବିଦେଶୀ ମଦର ଶୀକାର ହେଉଛନ୍ତି ମୁଖ୍ୟତଃ ଯୁବପିଢି । ଦେଶୀ ମଦ ପ୍ରତି ସମ୍ଭାନ୍ତପଣିଆ ଘୃଣାଭାବ ଯୋଗୁଁ ଉଚ୍ଚଦାମ୍ ଦେଇ ଏମାନେ ବିଦେଶ ମଦକୁ ଆଦରି ନେଉଛନ୍ତି । ପ୍ରତି ସନ୍ଧ୍ୟାରେ ଖଡିଆଳ ଓ ଆଖେପାଖେ ଅଞ୍ଚଳର ନିଛାଟିଆ ସ୍ଥାନ ଗୁଡିକ ଆମ ଯୁବ ଗୋଷ୍ଠୀ ଗୁଡିକ ଆର୍କଷିତ କରୁଛି ମଦ୍ୟପାନ ପାଇଁ । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବିଦେଶୀ ମଦ ଯୁବ ସମାଜକୁ ଆହୁରି ତଳକୁ ନେଇ ଯାଉଛି । ଯେଉଁମାନେ ମଦ ଅର୍ଥାଭାବ ଯୋଗୁଁ ପିଇ ପାରନ୍ତି ନାହିଁ ସେମାନେ ନିଷିଦ୍ଧ ଔଷଧ କିଣି ପିଉଛନ୍ତି । ବେପାରି ତ ମାଳାମାଳ ହେଉଛନ୍ତି ନିଃସ୍ୱ । ଯେଉଁମାନେ ପରିବାର ରୁ ପଇସା ପାଉ ନାହାନ୍ତି, ମଦ ପିଇ ବିଭିନ୍ନ ଅସାମାଜିକ କାର୍ଯ୍ୟ ମଧ୍ୟ କରିବାକୁ ପଛାଉ ନାହାନ୍ତି । ଖଡିଆଲ ସହରରେ ଚୋରି ସଂଖ୍ୟା ଏଥିପାଇଁ ବଢିଚାଲିଛି ।
ପ୍ରଶ୍ନ ଉଠେ ଯେ ଏତେ ପରିମାଣରେ କୁଚିଆ ମଦ ଦୋକାନ ଚାଲିଛି କାହାର ସାହାସରେ ? କଣ ଏହା ପୋଲିସ ଓ ପ୍ରସାସନର ନଜରକୁ ଏଡାଇ ଚଳିବା ସମ୍ଭବ କି ? କଣ ସରକାର ମଦଭାଟି ସରକାରୀ ମଦ ଦୋକାନକୁ ଲାଇସେନ୍ସ ଦେବାଭଳି ଏମାନଙ୍କୁ ମଧ୍ୟ ଲାଇସେନସ୍ ଦେଇଛନ୍ତି କି ? ଯଦି ପୋଲିସ ଓ ଅବକାରୀ ବିଭାଗର ଅଜ୍ଞାତସାର ରେ ଏପରି ଚା
ଲୁଛି, ତେବେ ଆମ ପୋଲିସ ଓ ଅବକାରୀ ବିଭାଗଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠୁଛି । ଏବଂ ଯଦି ଏହା ଆମ ପୋଲିସ ଓ ଅବକାରୀ ବିଭାଗ ଜ୍ଞାତସାରରେ ଚାଲିଛି । ତେବେ ଲୋକେ ପ୍ରଶ୍ନ ଉଠାଇବା ସ୍ୱାଭାବିକ ଯେ ସରକାରଙ୍କ ଏହି ବିଭାଗ ମାନେ କଣ କୁଚିଆ ଦୋକାନିଙ୍କୁ ମଦ ବିକ୍ରି କରିବା ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନୁମତି ଦେଉଛନ୍ତି ? ଏପରି ଦୋକାନ ଗୁଡିକ ଦ୍ୱାରା କେତେ ଯେ ପରିବାର ଉଜୁଡି ଯ୍ଧମକ୍ତନ୍ତି ତାହା ଆଇନ ଶୃଙ୍ଖଳା, ପ୍ରଶାସନିକ ଦାୟିତ୍ୱତରେ ଥିବା ଅଧିକାରୀମାନେ ବୁଝି ପାରିବେ କି ? ଯେହେତୁ ସେମାନଙ୍କ ନିଜ ପରିବାର ସୁଖ ଏବଂ ସ୍ୱାଚ୍ଛନ୍ଧ୍ୟରେ ରହୁଛନ୍ତି ତେଣୁ ସେମାନେ ଲୋକଙ୍କ ସମସ୍ୟାକୁ ବୁଝି ପାରୁ ନାହାନ୍ତି ବୋଧହୁଏ ।
ଅନ୍ୟ ଦିଗରେ ଏପରି କୁଚିଆ ମଦ ଦୋକାନରୁ ପୋଲିସ ଓ ଅବକାରୀ ବିଭାଗ ନିଜର ଉପରି ଆୟର ବ୍ୟବସ୍ଥା କରୁନାହାନ୍ତି ତ? ଯଦି ଏହା ଏପରି, ତେବେ କଥା ସାଂଘାତିକ । ଭବିଷ୍ୟତରେ ଏପରି ମାନବଦ୍ରୋହି, ଦଶଦ୍ରୋହି, ଅଣ ସାମାଜିକ କର୍ମ•ରୀ ମାନଙ୍କ ଲୋଭ ବଢିଚାଲିବ ଏବଂ ସେମାନେ ଆହୁରି ଏପରି କୁଚିଆ ଦୋକାନ ଖୋଲୁଥିଲେ ଖୁସି ହେଉଥିବେ । ଏଣୁ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ମଦକୁ ନେଇ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି । ଯଦି ପ୍ରଶାସନ ଏଥି ପାଇଁ ବର୍ତ୍ତମାନ ଠାରୁ ସଜାଗ ନ ହୁଏ ତେବେ ଆସନ୍ତା ଦିନରେ ଏକ ଜନ ଆନ୍ଦୋଳନ ଯେ ସୃଷ୍ଟି ନ ହେବ ଏହା କେହି କହିପାରିବେ ନାହିଁ । ଲୋକେ ଯଦି ବାଧ୍ୟ ହୋଇ ଆଇନ ଶୃଙ୍ଖଳାକୁ ହାତରେ ନେବେ ତେବେ ସେତେବେଳେ ପ୍ରଶାସନ ଏଥିପାଇଁ ଦାୟୀ ରହିବକି ବୋଲି ଜନସାଧାରଣରେ ପ୍ରଶ୍ନ କରୁଛନ୍ତି ।

0
0
0
s2sdefault