ବାସୁଦେବପୁର/ପ୍ରତାପ ପାଢୀ: ଭଦ୍ରକ ଜିଲ୍ଲାର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ନେଇ ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ର ଜିଲ୍ଲା ସ୍ତରୀୟ ଵୈଠକ ଅନୁଷ୍ଠିତ ହୋଇ ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାଵିରେ ଆଗାମୀ ୧୭ଜାନୁଆରୀ ଠାରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ - ରାତି ସମେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଜମାକାରୀ ସତ୍ଯାଗ୍ରହ ଚଳେଇ ରଖିଵାକୁ ସର୍ଵ ସମ୍ମତ ନିଷ୍ପତ୍ତି ହୋଇଅଛି। ସମଗ୍ର ଜିଲ୍ଲାର ପ୍ରତ୍ୟେକ ଵ୍ଲକର ଜମାକାରୀ ନିଜ ନିଜ ଵ୍ଲକ ଅନୁସାରେ ପାଳି କରି ଘରୁ ଚାଉଳ ପନି ପରିଵା ଧରି ଆସି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦିଲ୍ଲୀ ସୀମାର କୃଷକ ଆନ୍ଦୋଳନ ଭଳି ଏହି ସତ୍ଯାଗ୍ରହ ଚାଲୁ ରହିଵ।ସମସ୍ତ ଠକ ସଂସ୍ଥା ଦ୍ଵାରା କ୍ଷତିଗ୍ରସ୍ତ ପ୍ରତ୍ଯେକ ଗାଁ ର ଜମାକାରୀ ନିଜ ଘରୁ ଚାଉଳ ଓ ପନି ପରିଵା ସହ ଆସି ସତ୍ଯାଗ୍ରହରେ ଵସି ରହିଵେ। ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହି ଵୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ଆନ୍ଦୋଳନ ପରିଚାଳନା ପାଇଁ ଭଦ୍ରକ ଜିଲ୍ଲାରେ ଏକ ପରିଚାଳନା କମିଟି ଗଠିତ ହୋଇ ଅଛି। ଆନ୍ଦୋଳନ ପରିଚାଳନା କମିଟି ଆନ୍ଦୋଳନ ସଂଯୋଜନା କରିଵେ।ଏହି ଵୈଠକରେ ମଞ୍ଚ ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୁଦନ ଵିଶ୍ଵାଳ ଓ ଯୁଗ୍ମ ଆଵାହକ ଅନୁରାଧା ସୁଵୁଦ୍ଧିଙ୍କ ସମେତ ଵିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରର ନେତୃତ୍ଵ ଵିଜୟ ସାହୁ, ରାଜେନ୍ଦ୍ର ସାହୁ, ଉଜ୍ଵଳା ପାଢୀ,ସେଖ କାଦୀର, ସେଖ ରାଜା, ଦୀନଵନ୍ଧୁ ଦାସ, ପୀତାମ୍ଵ ମିଶ୍ର, ସିଦ୍ଧେଶ୍ଵର ନାୟକ, ସୌମ୍ୟ ରଞ୍ଜନ ସାହୁ, ଚିତ୍ତ ରଞ୍ଜନ ଵାରିକ, ଚିତ୍ତ୍ ରଞ୍ଜନ ସାହୁ, ସେଖ୍ ସମଶେର ଅଲ୍ଲୀ,ଶଂକର କୁମାର ମିଶ୍ର ପ୍ରମୁଖ ଜମାକାରୀ ସତ୍ୟାଗ୍ରହ ସଫଳତା ପାଇଁ ଆଲୋଚନା କରିଥିଲେ।
ରାଜ୍ୟ
ଟଙ୍କା ଫେରସ୍ତ ଦାଵିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୭ଜାନୁଆରୀରୁ ଗଣସତ୍ୟାଗ୍ରହ କରିବେ ଜମାକାରୀ
- Hits: 322