ଉଷୁମାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଓ ମହିଳା ଏସଏଚଜି ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଆମେ ସଂକଳ୍ପବଦ୍ଧ - ମନ୍ତ୍ରୀ

ମାହାଙ୍ଗା /ସପ୍ତ ଜ୍ୟୋତି ରାଉଳ:ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଷୁମା ଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ପ୍ରମୋଦିନି ଦାଶଙ୍କ ପୌରହିତ୍ୱରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ| ସମ୍ମାନିତ ଅତିଥିଭାବେ ସାଂସଦ ମୁନ୍ନା ଖାଁ ନବୀନ ବାବୁଙ୍କ ଶାସନରେ ରାଜ୍ୟରେ ବିକାଶର ପର୍ବ ତ୍ୱରାନ୍ୱିତ ହୋଇପାରିଛି ବୋଲି କହିଥିଲେ | ଉଷୁମା,ରାହାଣିଆ, ମାହାଙ୍ଗା, ଶ୍ରୀକୃଷ୍ଣପୁର ଏବଂ ଚାହାପଡା ଗ୍ରାମପଂଚାୟତରୁ ୪ ହଜାରରୁ ଉର୍ଦ୍ଧ୍ଵ ଗରୀବ ପରିବାରକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା |
ଉଭୟ ମନ୍ତ୍ରୀ ଓ ସାଂସଦ ସ୍ମାର୍ଟକାର୍ଡ ବଣ୍ଟନ ସହ ରେସନକାର୍ଡଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ଏହି ଅବସରରେ ୫ଟି ପଞ୍ଚାୟତରେ ଥିବା ୧୫ ଶହରୁ ଉର୍ଦ୍ଧ୍ଵ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା ଓ ବିଭିନ୍ନ ଗ୍ରୁଫ ଗୁଡିକୁ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା |

ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ସହକାରୀ ଯନ୍ତ୍ରୀ ସଂଗ୍ରାମ ପରିଡା, ଜିଲାପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ମହିଳା ଫେଡେରେସନ ବ୍ଲକ ସଭାପତି ସସ୍ମିତା ଦାସ,ବ୍ଲକ ସଂପାଦକ ସୁସ୍ମିତା ମହାନ୍ତି, ସରପଞ୍ଚ ରୀନା ସେଠୀ, ସମିତିସଭ୍ୟା ଦମୟନ୍ତୀ ସେଠୀ, କାର୍ତ୍ତିକ ଯେନା,ସଦାଶିବ ଦାଶ, ଚାରୁଲତା ନିହାଣ, ବିନୟ ବଳ, ସୁରେଶ ଯେନା,ନିରଞ୍ଜନ ବିଶ୍ୱାଳ,କେଶବ ବେହେରା,ଭବାନୀ ସାମଲ ପ୍ରମୁଖ ଯୋଗଦେଇଥିଲେ |

0
0
0
s2sdefault