କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫ୍ଟ ହ୍ୟାଚେରୀ ପ୍ରତିଷ୍ଠା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଗିଫ୍ଟ  ଟିଲାପିଆ ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ମାଛ ପ୍ରଜାତି ରୂପେ ପରିଗଣିତ ହେବ"

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛିା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ହ୍ୟାଚେରୀ ଦ୍ୱାରା ଆମ ରାଜ୍ୟର ଚାଷୀମାନଙ୍କର ଆବଶ୍ୟକତା ପୂରଣ ସହିତ ଏହି ଅଧିକ ଅମଳକ୍ଷମ ପ୍ରଜାତିର ଯାଆଁଳ ପଡେ଼ାଶୀ ରାଜ୍ୟକୁ ମଧ୍ୟ ପଠାଯାଇପାରିବା କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛଫାର୍ମ ରାଜ୍ୟର ଏକ ଅଗ୍ରଣୀ ମାଛଫାର୍ମା ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛ ଯାଆଁଳ ଉତ୍ପାଦନ ବ୍ୟତୀତ ଗବେଷଣା ଓ ଚାଷୀଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛିା ଚଳିତ ବର୍ଷ ଏହି ସରକାରୀ ଫାର୍ମରେ ୩୫ କୋଟି ଉନ୍ନତ ଗୁଣ୍ଡ ଯାଆଁଳ ଉତ୍ପାଦନ ସହିତ ୧୦୬ ଲକ୍ଷ ଫ୍ରାଏ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛିା
ଏକ ଉନ୍ନତ ପ୍ରଜାତି ତଥା ଅଧିକ ଅମଳକ୍ଷମ ଗିଫ୍ଟ ଟିଲାପିଆ ମାଛ ଗତ ତିନି ବର୍ଷ ଧରି ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଥିଲାା ଏହି ମାଛ ସାତମାସ ଚାଷ ଅବଧିରେ ଏକର ପ୍ରତି ଗୋଟିଏ ଚାଷରେ ୩-୪ ମେଟି୍ରକ୍ ଟନ୍ ଉତ୍ପାଦନ ଯୋଗୁଁ ଅନେକ ଚାଷୀ ଏହି ପ୍ରଜାତିର ମାଛ ଚାଷ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତିା ଏହି ଚାଷରେ ଭାରତ ସରକାରଙ୍କ ଅନୁଶ୍ରୁତ ନୀତି ଅନୁଯାୟୀ ଉନ୍ନତ ଜୈବ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯାଇଥାଏା ଏଥି ପୂର୍ବରୁ ଏହି ପ୍ରଜାତିର ଉନ୍ନତ ଯାଆଁଳ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ା ନିକଟସ୍ଥ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିଲାା ଅଧିକ ଆବଶ୍ୟକତା ହେତୁ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୂଲ୍ୟରେ ତଥା ଓ୍ୱାଲର୍ଡ ଫିସ୍ ସଂଗଠନର ବୈଷୟିକ ପରାମର୍ଶରେ ରାଜ୍ୟର ଏହି ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ପ୍ରତିଷ୍ଠା କରାଯାଇଛିା ଏଥିରେ ଗିଫ୍ଟ ବା ଉନ୍ନତ ଆନୁବଂଶିକ ପ୍ରଜାତିର କେବଳ ପୁରୁଷ ଲିଙ୍ଗ ବିଶିଷ୍ଟ ଯାଆଁଳ ହର୍ମୋନ୍ ପ୍ରୟୋଗ ଦ୍ୱାରା ଉତ୍ପାଦନ କରାଯାଉଛିା ଏହା ଦ୍ୱାରା ଅନାବଶ୍ୟକ ପ୍ରଜନନକୁ ରୋକାଯାଇପାରିବା ଏହି ମାଛ ଏକ ଆକର୍ଷଣୀୟ ଆକୃତି, କେବଳ ମଝି କଣ୍ଟା, ସ୍ୱାଦ ଓ ପୁଷ୍ଟିଯୁକ୍ତ ହେତୁ ଅଧିକ ଲୋକପି୍ରୟ ହୋଇପଡ଼ିଛିା ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁଯାୟୀ ଏହା ବିଶ୍ୱରେ ସ୍ୱଳ୍ପ ଚାଷ ଅବଧିରେ ଅଧିକ ଉତ୍ପାଦନ ହେତୁ ସମଗ୍ର ଜଳକୃଷି ଉତ୍ପାଦନର ୬୦ ପ୍ରତିଶତ ସ୍ଥାନ ଅଧି କାର କରିବା ଆଶା କରାଯାଏା ପ୍ରକାଶଯୋଗ୍ୟ ଯେ ଟିଲାପିଆ ପ୍ରଜାତି ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ପ୍ରଜାତି ରୂପେ ପରିଗଣିତ ହେବା ଏହି ମାଛ ପ୍ରଜାତି ପୋଖରୀ, କେଜ ବା ପଞ୍ଜୁରୀ ଚାଷ ବ୍ୟତୀତ ବାୟୋଫ୍ଲକ୍ ଚାଷ ପଦ୍ଧତି ପାଇଁ ସର୍ବୋତ୍କୃଷ୍ଟ ଅଟୋ
ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ କ୍ଷମତାସଂପନ୍ନ ଏହି ନୂତନ ଭାବେ ଉଦ୍ଘାଟିତ ହ୍ୟାଚେରୀ ନିମନ୍ତେ ଦୁଇ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ୪୭୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତା ଏଥି ସହିତ ଜୈବସୁରକ୍ଷାଯୁକ୍ତ ୪ ଏକର ପରିମିତ ପୋଖରୀ, ବିଜ୍ଞାନାଗାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛିା ଏଥିରେ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇଥିବା ରୋଗମୁକ୍ତ ବୃଡଷ୍ଟକର ଉପଯୁକ୍ତ ଲାଳନପାଳନ କରି ପ୍ରଜନନ କାର୍ଯ୍ୟରେ ଲଗାଯାଉଥିବା ହେତୁ ଉନ୍ନତ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁଛିା ଗତବର୍ଷ ଏକ ଅସ୍ଥାୟୀ ହ୍ୟାଚେରୀରେ ପରୀକ୍ଷାମୂଳକ ଭାବେ ୪ ଲକ୍ଷ ଗିଫ୍ଟ ଯାଆଁଳ ସଫଳତାର ସହ ଉତ୍ପାଦନ କରାଯାଇଥିଲାା ଚଳିତ ବର୍ଷ ଅଦ୍ୟାବଧି ୯ ଲକ୍ଷ ଉନ୍ନତ ଗିଫଫ ଯାଆଁଳ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛିା ଏହି ନୂତନ ହ୍ୟାଚେରୀ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ଦ୍ୱାରା ଚାଷୀମାନଙ୍କର ଆବଶ୍ୟକତା ପୂରଣ ହୋଇପାରିବା ରାଜ୍ୟରେ ଗିଫ୍ଟ ଯାଆଁଳର ଅଧିକ ଆବଶ୍ୟକତାକୁ ଆଖି ଆଗରେ ରଖି ଘରୋଇ ଉଦ୍ୟୋଗରେ ୪ଟି ଗିଫ୍ଟ ଯାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛିା ଏହି କେନ୍ଦ୍ରରେ ଉନ୍ନତ ଯାଆଁଳ ଯୋଗାଣ ସହ ଚାଷୀମାନଙ୍କୁ ଗିଫ୍ଟ ଚାଷ ନିମନ୍ତେ ଉପଯୁକ୍ତ ତାଲିମ ଓ ବୈଷୟିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଉଛିା
ଏହି ନୂତନ ଗିଫ୍ଟ ହ୍ୟାଚେରୀକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆନୁଷ୍ଠନିକ ଭାବେ ଲୋକାର୍ପଣ କରିଛନ୍ତିା ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି  ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲୋ ମତ୍ସ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ଏବଂ ହ୍ୟାଚେରୀ ପରିଚାଳକ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ହ୍ୟାଚେରୀ ସଂପର୍କରେ ସୂଚନା ପ୍ରଦାନ କରିଥିଲୋ 

0
0
0
s2sdefault