ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଦିନ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଉକ୍ତ ରକ୍ତଦାନ ଶିବିର କୁ ଗୁଣୁପୁର ଥାନାଧିକାରୀ ଶ୍ରୀ ଜୋସବନ୍ତ ହିଆଲ ଙ୍କ ଦ୍ଵାରା ଉଦ୍ ଘାଟିତ କରାଯାଇଥିବା ବେଳେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିବା ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ଜିଲ୍ଲା ସମ୍ପାଦକ ଶିଶିର କୁମାର ମହାପାତ୍ର(ପିଙ୍କି) ପ୍ରକାଶ କରିଛନ୍ତି।,ଶିବିର କୁ ସଫଳ କରିବା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ଲକ୍ଷ୍ମଣ କୁମାର ପାତ୍ର, ସୁଚିତ୍ରା ରାଣୀ ପାତ୍ର, ରାଧାକାନ୍ତ ମହାନ୍ତି, ଗୌରୀ ପ୍ରସାଦ ବ୍ରହ୍ମା, ଏବଂ ଗଣେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ,ରକ୍ତଦାନ ଶିବିର କୁ ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ, ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ସଂଗଠନ ରାୟଗଡା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା, ରକ୍ତଦାନ ମହତ ଦାନ ବିଷୟ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥି ମତ ପୋଷଣ କରିଥିଲେ।ଉକ୍ତ ଶିବିର ରେ ମା ମାଝୀଗୌରୀ ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ମହାପାତ୍ର(ପିଙ୍କି)ସଂଯୋଜକ ମୃତ୍ୟୁଞ୍ଜୟ ପାଇକ, ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ସଭାପତି ମନୋରଞ୍ଜନ ରଥ, ସାଧାରଣ ସମ୍ପାଦକ ସୁନୀଲ କୁମାର ପାଣିଗ୍ରାହୀ, ଉପଦେଷ୍ଟା ପ୍ରେମ ପ୍ରସାଦ ପଣ୍ଡା, ସମ୍ପାଦକ ବିଦ୍ୟାଧର ପଣ୍ଡା, ଏବଂ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଶିବିର ରେ ଉପସ୍ଥିତ ରହି ସମସ୍ତ ସହଯୋଗୀ ଙ୍କୁ ଉତ୍ସାହିତ କରିଥିଲେ,ରକ୍ତଦାନ ଶିବିର କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡା ,ଓ ସ୍ୱାଭିମାନ ମଞ୍ଚ ରାୟଗଡା ମିଳିତ ଭାବେ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ସେହିପରି ଏହି ରକ୍ତଦାନ କାର୍ଯ୍ୟକ୍ରମ କୁ ଗୁଲୁମୁଣ୍ଡା ଯୁବ ଗୋଷ୍ଠୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ରାଜ୍ୟ
ଗୁଲୁମୁଣ୍ଡା ରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
- Hits: 342