କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର .ଏମ. ସି ୟାର୍ଡ ଠାରେ ଆଜି ସୋମବାର ଦିନ ମାଝୀଗୁଡା ସର୍କଲର ଧାନ କିଣା ଥିବା ବେଳେ ଚାଷୀଙ୍କ ଉତ୍ତେଜନା ଯୋଗୁଁ ମଣ୍ଡିରେ ଧାନ କିଣା ହୋଇପାରିନି । ନିୟନ୍ତ୍ରିତ ବଜାର କମିଟି(ଆର .ଏମ. ସି )ରାୟଗଡ ଦ୍ୱାରା ୨୦୨୧-୨୨ ଖରିଫ ଋତୁର ଧାନ ଆଜି ମାଝୀଗୁଡା, ପୂଜାରୀଗୁଡା,ସୁନାଖଣ୍ଡି, ପଲମା, କନ୍ଧକାତିପାଡୁ ପଞ୍ଚାୟତର ଚାଷୀ ଧାନ ମଣ୍ଡିକୁ ଆଣି ବିକ୍ରି କରିବା ରହିଥିଲା ।କିନ୍ତୁ ବ୍ଲକ ର କିଛି ଚାଷୀଙ୍କ ନାମ ରେଜିଷ୍ଟ୍ରେସନ, ଟୋକେନ୍, ମୋବାଇଲକୁମେସେଜ ଆସିନଥିବା ଯୋଗୁଁ ଉତ୍ତେଜନା ହୋଇଥିଲା ।ନିୟନ୍ତ୍ରିତ ବଜାର କମିଟି(ଆର .ଏମ.ସି)ର ସୁପ୍ରଭାଇଜର ବସନ୍ତ କୁମାର ପାଳ, ମିନି ବ୍ୟାଙ୍କ ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କୁ ଚାଷୀ ମାନେ ଘେରି ବ୍ଲକର ସମସ୍ତ ଚାଷୀଙ୍କ ନାମ ରେଜିଷ୍ଟ୍ରେସନ କରାଯାଉ, ସମସ୍ତଙ୍କ ର ଯେତିକି ପରିମାଣର ଧାନ ରହିଛି ସେହି ହିସାବରେ ଟୋକେନ୍ ବ୍ୟବସ୍ଥା ,ମେସେଜ ବ୍ୟବସ୍ଥା,କରାଗଲେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବୁ ବୋଲି କହିଛନ୍ତି ।ଜିଲାପାଳ, ବିଡ଼ିଓ, ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିବୁ ବୋଲି କହିଛନ୍ତି ।ଚାଷୀ ଥିଲେ ଦେଶ ବଞ୍ଚିବ ,ଉକ୍ତ ବ୍ଲକ ରେ ୭୦ଭାଗ ଧାନ ଚାଷୀ ରହିଛନ୍ତି । ପ୍ରଶାସନ,ନିୟନ୍ତ୍ରିତ ବଜାର କମିଟି,ଲ୍ୟାମ୍ପ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ଏହିପରି ହେଉଛି ।ଏହା ତୁରନ୍ତ ସମାଧାନ କରା ନ ଗଲେ ଚାଷୀ ଆନ୍ଦୋଳନ କରିବାକୁ ପଚାଇବୁ ନାହିଁ ।ଧାନ ଗୁଡିକ ମଣ୍ଡିକୁ ଆଣି ନିଆଁ ଲଗାଇଦେବୁ ନଚେତ ନଦୀରେ ପକାଇଦେବୁ ବୋଲି ଚାଷୀ ବାସୁଦେବ ନାୟକ, କେଦାର ନାଥ ମିଶ୍ର, ଚନ୍ଦ୍ରଶେଖର, ଜାଡ଼ି ଦାମୋଦର, ଭବୁନି ମାର୍ଥା,ରମେଶ ଚନ୍ଦ୍ର ନାୟକ ପ୍ରମୁଖ କହିଛ
ରାଜ୍ୟ
ଚାଷୀଙ୍କ ନାମ ରେଜିଷ୍ଟ୍ରେସନ, ଟୋକେନ୍, ମୋବାଇଲକୁ ମେସେଜ ଆସିନଥିବା ଯୋଗୁଁ ଚାଷୀ ଙ୍କ ଉତ୍ତେଜନା : ମଣ୍ଡିରେ ଧାନ କିଣା ଠପ
- Hits: 577