କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ଜନ ସମ୍ପର୍କ ଶିବିର ବା ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କରି ଛନ୍ତି ।ବିଡ଼ିଓ ସୁଧାକର ରଇତ,ତହସିଲଦାର ଦେବାଶିଷ କର ମଞ୍ଚାସିନ ରହିଥିଲେ ।ଏଥିରେ ପୂଜାରୀଗୁଡା, ମାଝୀଗୁଡା, ପଲମା ଓ ସୁନାଖଣ୍ଡି ପଞ୍ଚାୟତର ପ୍ରାୟ ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ ।ତହସିଲ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଜେଡି ଦଳୀୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାଜ୍ୟ
ମନ୍ତ୍ରୀଙ୍କ ଦ୍ୱାରା ଜଙ୍ଗଲ ଜମି ପଟା ବଣ୍ଟନ ଜନ ସମ୍ପର୍କ ଶିବିର
- Hits: 475