ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ୩ ଦିନିଆଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଗସ୍ତ କରି ତଦାରଖ କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା
ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଶିକ୍ଷାର ବିକାଶ ମୂଳକ କାର୍ଯ୍ୟରେ ଅଗ୍ରଗତି ସଂର୍ପକରେ ଆଲୋଚନା କରିଥିଲେ l
ଶ୍ରୀ ତ୍ରିପାଠୀ ଗଜପତି ଜିଲ୍ଲାରେ ଚାଲିଥିବା ସ୍ମାର୍ଟ କ୍ଲାସ ବୁଲି ଦେଖିଥିଲେ l ଗସ୍ତର ପ୍ରଥମ ଦିନରେ ଜିଲ୍ଲାରେ ବିଭିନ୍ନ ଉଚ୍ଚପଦସ୍ତ ଅଧିକାରୀ ସହ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ l
ସେହିପରି ଦ୍ୱତୀୟ ଦିନରେ ମହାବିଦ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ କର୍ମଚାରୀ ମାନଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ l ସେହିପରି ଭାବେ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷା ଉପରେ ଆଲୋଚନା କରିଥିଲେ l ଗୋଷାଣୀ ବ୍ଲକ ଲିଙ୍ଗୁପୁର ଏବଂ ରାୟଗଡ ବ୍ଲକର କଇଁଥପାଦର ପରିଦର୍ଶନ କରିଥିଲେ l
ତୃତୀୟ ଦିନରେ ଗଜପତି ଜିଲ୍ଲାର ମହାବିଦ୍ୟାଳୟ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ l ଉକ୍ତ ବୈଠକରେ ଜିଲ୍ଲାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ l ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଗଜପତି ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶିକ୍ଷା ପରାମର୍ଶ ଦାତା ପରିଦର୍ଶନ
- Hits: 715