ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍ ବୁଲିଦେଖିବା ସହ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ରେ ଆକ୍ୱିଏଟିକ୍ ସେଣ୍ଟର ଏବଂ ଇନଡୋର୍ ଆଥଲେଟିକ୍ ଷ୍ଟାଡିୟମ୍ ର ନିର୍ମାଣ କାର୍ଯ୍ୟକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି କ୍ରୀଡ଼ା ଭିତ୍ତିଭୂମି ସୁବିଧାର ଉଦଘାଟନ କରିବା ସହ ୮୯ ବହୁମୁଖୀ ବା ମଲଟି ପରପୋଜ୍ ଇନଡୋର ହଲ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉଦଘାଟିତ ପ୍ରକଳ୍ପ ମଧ୍ୟରେ ରହିଛି କଳିଙ୍ଗ ଷ୍ଟାଡିୟମ୍ ରେ ବିଜୁ ପଟ୍ଟନାୟକ ୱେଟଲିଫ୍ଟିଂ ହଲ୍ ଏବଂ ନୂଆ ସ୍ପୋର୍ଟସ୍ ହଷ୍ଟେଲ୍ । ଅନୁଗୁଳ ଓ ବାରିପଦାରେ ଗୋଟିଏ ଲେଖାଏଁ ସୁଇମିଂ ପୁଲ୍ ଏବଂ ରାଉରକେଲାରେ ଏକ ଇନଡୋର ଷ୍ଟାଡିୟମ୍ ।
୮୯ ଟି ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଜାଗା ଚିହ୍ନଟ ହେବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୫୦ ଟି ଷ୍ଟାଡିୟମ୍ ପାଇଁ ଟେଣ୍ଡର ଚୂଡ଼ାନ୍ତ ହୋଇଗଲାଣି ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ୨୦୨୨-୨୩ ସୁଦ୍ଧା ସବୁତକ ଷ୍ଟାଡିୟମ୍ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ଷ୍ଟାଡ଼ିୟମ୍ ରେ ବ୍ୟାଡମି୍ଟନ୍, ଟେବୁଲ୍ ଟେନିସ୍, ୱେଟଲିଫ୍ଟିଂ ସୁବିଧା ରହିବ । ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ବେଳେ ଏହା ଆଶ୍ରୟସ୍ଥଳୀ ଏବଂ ହସ୍ପିଟାଲ୍ ଭାବେ ମଧ୍ୟ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର. ଭିନୀଲ୍ କ୍ରିଷ୍ଣା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ |
ରାଜ୍ୟ
କଳିଙ୍ଗ ଷ୍ଟାଡିୟମ୍ ବୁଲିଦେଖିଲେ ମୁଖ୍ୟମନ୍ତ୍ରୀ : ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା
- Hits: 559