ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବର୍ତ୍ତମାନ ର ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ ମାଇକୋଞ୍ଚ ଗ୍ରାମ ର ଗାଁ ମୁଣ୍ଡରେ ୨୦୦୦ ମସିହା ଡିସେମ୍ବର ମାସ ର ୧୬ ତାରିଖରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହେଇଯିବା ଫଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ତିକ୍ତତା ଗୁଳିକାଣ୍ଡ ରେ ପରିଣତ ହେଇଯାଇଥିଲା । ଫଳରେ ପୋଲିସ ଗୁଳିରେ ଅନ୍ୟ ସଂଗ୍ରାମୀ ମଧ୍ୟରୁ ୧୨ ଜଣ ଗୁରୁତର ଆଘାତ ହେଇଥିବାବେଳେ ସେଥିରେ ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ସେଦିନର ଘଟଣା ସାରା ରାଜ୍ୟ କୁ ସ୍ତବଦ କରିଦେଇଥିଲା ବେଳେ ତାହାର ସ୍ମୃତି କୁ ସଂପୃକ୍ତ ପରିବାର ସମେତ କିଛି ସଂଗଠନ ଓ ଅଞ୍ଚଳ ବାସୀ ଏଯାବତ ବଞ୍ଚେଇ ରଖିଛନ୍ତି । ପ୍ରତି ବର୍ଷ ର ଡିସେମ୍ବର ୧୬ ତାରିଖରେ ମୃତ୍ୟୁବରଣ କରିଥିବା ଓ ଗୁଳିକାଣ୍ଡ ରେ ପ୍ରଭାବିତ ହେଇଥିବା ପରିବାର ସହ ବିଭିନ୍ନ ସଂଗଠନ ଓ ଅଞ୍ଚଳ ଲୋକେ ପ୍ରଥମେ ମିଳିତ ଭାବେ ତିନି ସହିଦ ପାରିବାରଙ୍କର ଘରେ ସହିଦ ଙ୍କର ଫୋଟ ରେ ପୁଷ୍ପାମାଲ୍ୟ ପୂଜାର୍ଚ୍ଚନା କରିଥାଆନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ଦ୍ୱାରା ଏକ ପଟୁଆର ରେ ଦୋରାଗୁଡା ଥାନା ଅନ୍ତର୍ଗତ ବଗ୍ରିଝୋଲା ଗ୍ରାମର ସହିଦ ସ୍ତମ୍ବ ନିକଟ ରେ ବିଭିନ୍ନ ସ୍ଲୋଗାନ ସହ ଗୀତ ନାଚ ଓ ବାଜା ବାଦ୍ୟ ରେ ପହଞ୍ଚି ଉକ୍ତ ଦିନର ସହିଦ ମଧ୍ୟରୁ ରଘୁନାଥ ଝଡ଼ିଆ ଓ ଅନ୍ୟ ଜଣେ ସହିଦ ଦାମୋଦର ଝଡ଼ିଆ ସହିଦ ସ୍ତମ୍ବ ରେ ପୂଜାର୍ଚ୍ଚନା କରାଯାଇଥାଏ । ପରବର୍ତ୍ତୀ ସମୟରେ ଏଠାରେ ଏକତ୍ରିତ ଥିବା ସମସ୍ତ ଜନସାଧାରଣ ପୁଣି ମାଇକୋଞ୍ଚ ଗ୍ରାମର ଅଭିମୁଖେ ଘଟଣା ସ୍ଥଳର ପାହାଡ଼ ର ପାଦ ଦେଶରେ ଥିବା ସହିଦ ସ୍ତମ୍ବରେ ତିନିଟି ପରିବାର ଉପସ୍ଥିତିରେ ପୂଜାର୍ଚ୍ଚନା କରିଥାଆନ୍ତି । ସେହିପରି ଆଜି ର କାର୍ଯ୍ୟକ୍ରମହେଲେ କୌଣସି କାରଣ ରୁ ପୂର୍ବରୁ ସହିଦ ଦିବସର ଥିବା ଚଳ ଚଞ୍ଚଳ କିମ୍ବା ଆଗ୍ରହ ଠାରୁ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି ୨୧ ବର୍ଷ ପୂର୍ବେ ତତ୍କାଳୀନ ପ୍ରସ୍ତାବିତ ବହୁ ରାଷ୍ଟ୍ରୀୟ କମ୍ପାନୀ ଟାଟା, ଆଲକେନ୍ ,ଇଣ୍ଡୋଲ, ହାଇଡ୍ର (ବର୍ତ୍ତମାନର ଉତ୍କଳ ଆଲୁମିନା କାରଖାନା) କାଶୀପୁର ଅଞ୍ଚଳ ର ଦୋରଗୁଡା ରେ ଏକ ଆଲୁମିନା କାରଖାନା ପ୍ରତିଷ୍ଠା କରାଯିବା ଓ କଞ୍ଚାମାଲ ବ୍ୟବହାର ନିମନ୍ତେ ମାଇକୋଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଫଲା ମାଳି ରୁ ବକ୍ସସାଇଟ ଖନନ ପାଇଁ ପ୍ରକ୍ରିୟା ଆରମ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲା। ଭିଟାମାଟି ହରାଇବା ଭୟରେ ଅଞ୍ଚଳବାସୀ କାରଖାନା ପ୍ରତିଷ୍ଠା କୁ ବିରୋଧ କରିଆସୁ ଥିଲେ । ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଜନସାଧାରଣ ସହଯୋଗ ରେ " ପ୍ରାକୃତିକ ସମ୍ପଦ ସୁରକ୍ଷା ପରିଷଦ , ର ନେତୃତ୍ୱରେ ସଭାପତି ବୁଲକା ମିଣିଆକା ,ଓ ସମ୍ପାଦକ ଭଗବାନ ମାଝି ଓ ଏଥିରେ ସାମିଲ ଥିଲେ ବାଫଲା ମାଳି ସୁରକ୍ଷା ସମ୍ମିତି ମାଇକୋଞ୍ଚ , ବସୁନ୍ଦରା ସୁରକ୍ଷା ସମ୍ମିତି ବାରିଗାଁ , ବାଂକମ୍ବ ମାଳି ସୁରକ୍ଷା ସମ୍ମିତି ପୁହୁଣ୍ଡି , ଶାଶୁ ବୋହୁ ମାଳି ସୁରକ୍ଷା ସମ୍ମିତି । ମାଇକୋଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଛକ ଠାରୁ ବଫାଲମାଳି ଖଣି ଅଞ୍ଚଳ ରେ ହେବାକୁ ଥିବା ରାସ୍ତା ନିର୍ମାଣକୁ ସଂଗଠନ ଦ୍ୱାରା ବିରୋଧ କରାଯାଉଥିଲା । ସେହିପରି ସଂଗ୍ରାମ କୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇ ଡିସେମ୍ବର ୨୦ ତାରିଖରୁ "ପ୍ରାକୃତିକ ସୁରକ୍ଷା ପରିଷଦ'' ସଂଗଠନ ସଭାପତି ବୁଲକା ମିଣିଆକା ,ଓ ସମ୍ପାଦକ ଭଗବାନ ମାଝି ର ନେତୃତ୍ୱରେ ଉକ୍ତ ସବୁ ସଂଗଠନ ସମେତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର , ଲକ୍ଷ୍ମୀପୁର , ଓ କାଶୀପୁର ବ୍ଲକ ର ବିଭିନ୍ନ ଗ୍ରାମ ର ଜନସାଧାରଣ ଉପସ୍ଥିତିରେ "କାଶୀପୁର ,ରାୟଗଡା ଓ କୋରାପୁଟ ରାସ୍ତାର ମୁଖ୍ୟ ଛକ ରୂପକୋଣା ରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଯୋଜନା ପ୍ରସ୍ତୁତି ହେଇଯାଇଥିଲା । କିନ୍ତୁ କିଛି ମନ୍ଦ ଉଦେଶ୍ୟ ରେ ଥିବା ରାଜନୈତିକ ନେତୃବୃନ୍ଦ ଏହି ଯୋଜନାକୁ ଭଣ୍ଡୁର କରିବାକୁ କିଛି ମାଇକୋଞ୍ଚ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକ ନାଁ ରେ ଡିସେମ୍ବର ମାସ ୧୫ ତାରିଖରେ ଏକ ଜନ ସମାଗମ ର ଆୟଜନ କରାଯାଇଥିଲା । ପୁଣି ଡିସେମ୍ବର ୧୬ ତାରିଖରେ ସମାଗମ ରେ ଯୋଗ ଦେବାକୁ ରାୟଗଡା , କାଶୀପୁର, ଟିକିରି , ଏପରିକି ବିଭିନ୍ନ ସ୍ଥାନରୁ ଲୋକେ ମାଇକୋଞ୍ଚ ରେ ଏକତ୍ରିତ ହେବାକୁ ଆସୁଥିବା ଦେଖି ସର୍ବଦଳୀୟ ଓ ଉକ୍ତ ସଂଗଠନ ର ସଂଗ୍ରାମୀଙ୍କ ମଧ୍ୟରେ ସର୍ବଦଳୀୟ ବୈଠକ କୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇ ବଡ଼ ଧରଣର ଗଣ୍ଡଗୋଳ ହେଇଥିଲା ଏଥିରେ ଯୋଗଦେଇଥିବା ବଡ଼ ବଡ଼ିଆ ମାନଙ୍କୁ ମଧ୍ୟ ଭୀଷଣମାଡ଼ ହେଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗଣ୍ଡଗୋଳ ଘଟଣା କୁ କେନ୍ଦ୍ର କରି ୧୬ ଡିସେମ୍ବର ଦିନ ତତ୍କାଳୀନ ସାର୍କିଲ ଇନ୍ସପେକ୍ଟର ସୁବାଷ ସ୍ୱାଇଁ ଓ କାଶୀପୁର ଥାନା ଅଧିକାରୀ ପ୍ରଭା ଶଙ୍କର ନାୟକ ଙ୍କର ନେତୃତ୍ୱରେ ଦିନ ପ୍ରାୟ ୧୦ଘଣ୍ଟା ସମୟରେ ରେ ୨ ପ୍ଲାଟୁନ ପୋଲିସ ମାଇକୋଞ୍ଚ ଗାଁ ରେ ପହଞ୍ଚି ଘଟଣାରେ ଗଣ୍ଡଗୋଳ ରେ ସମ୍ପୃକ୍ତ କିଛି ଲୋକଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଗ୍ରାମ ବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଯାଇଥିଲା । ପୁଣି ପ୍ରଥମେ ପୋଲିସ ଲାଠି ମାଡରେ ମହିଳା ସଂଗ୍ରାମୀ ଧନାଇ ଝୋଡ଼ିଆଣି ଙ୍କ ସଂଜ୍ଞାହୀନ ହେଇଥିବା ଦେଖି ସ୍ଥିତି ଉଗ୍ର ହେଇଯାଇ ପୋଲିସ ଓ ଗ୍ରାମ ବାସୀମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଯାଇଥିଲା ପୋଲିସ ତାଙ୍କ ଗାଡ଼ି ଛାଡି ପ୍ରାଣ ଭୟରେ ଗାଁ ରୁ ପଳାୟନ କରିଥିଲେ। ପରବର୍ତ୍ତୀ କିଛି ସମୟ ପରେ ଗାଁ ରେ ପୁନର୍ବାର ସଶସ୍ତ୍ର ପୋଲିସ ଦଳ ପହଞ୍ଚି ଗାଁ ଭିତରେ ପ୍ରଵେଶ କରିବାକୁ ଚେଷ୍ଟ କରୁଥିବା ସମୟରେ ଗାଁ ମୁଣ୍ଡରେ ହିଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇ କୌଣସି କାରଣରୁ ପୋଲିସ ପକ୍ଷରୁ ଗୁଳି ଚାଳନା ହେଇଥିଲା । ଏଥିରେ ୧୨ ଜଣ ଗୁରୁତର ହେଇଥିବାବେଳେ " ଅଭିଳାଷ ଝଡ଼ିଆ , ରଘୁନାଥ ଝଡ଼ିଆ ଓ ଦମଦାର ଝଡ଼ିଆ ପୋଲିସ ଗୁଳିରେ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ ।
ସେଦିନର ଲମହର୍ଷ ଘଟଣା ସ୍ଥିତି ସମ୍ପର୍କରେ ପୁର୍ଣ୍ଣ ଝଡ଼ିଆ ମାଇକୋଞ୍ଚ , ପର୍ଶୁ ଝଡ଼ିଆ ସିରିଗୁଡା , ଅର୍ଜୁନ ଝଡ଼ିଆ କକିଡି ପଦର , ଅର୍ଜୁନ ଝଡ଼ିଆ ମାଇକୋଞ୍ଚ , ଗଙ୍ଗା ମାଝି କୁଚେଇପଦର , ସୁବାଷ ଝଡ଼ିଆ , ଭଳି ୧୨ ଜଣଙ୍କୁ ଗୁଳିବାଜି ଆହତ ହେଇଥିବା ତତ୍କାଳୀନ ସଂଗଠନ ର ସମ୍ପାଦକ ଭଗବାନ ମାଝି , ଶିଵ ରାମ ନାଏକ ,କୁମାରୁ ଝଡ଼ିଆ , ସୁବାଷ ଝଡ଼ିଆ ପ୍ରମୁଖ ପ୍ରକାଶ କରିଥିଲେ । ଦୁଖଃ ଜମି ଓ ଭିଟାମାଟି ଯେଉଁମାନେ ନିଜ ଜୀବନ ତ୍ୟାଗ କରିଥିଲେ ସେମାନଙ୍କ ସ୍ମୃତି କିଛି ବର୍ଷ ପର୍ଯ୍ୟନ୍ତ ସମସ୍ତ ସଂଗଠନ ଦ୍ୱାରା ଜାଖ ଜଖମରେ ଦହୀଦ ଦିବସ ପାଳନ କରାଯାଉଥିବା ବେଳ ବର୍ତ୍ତମାନ ଏହା ଉକ୍ତ ପରିବାର ମଧ୍ୟରେ ସୀମିତ ହେଇ ରହିଯାଇଛି । ଅଭିଳାଷ , ଦମଦାର , ରଘୁନାଥ ଙ୍କର ମୃତ୍ୟୁ ପରେ ସହିଦ ପରିବାର ଙ୍କର ଭବିଷ୍ୟତ ଏବେ ଅନ୍ଧକାରରେ । ସହିଦ ଅଭିଳାଷ ଝଡ଼ିଆ ଙ୍କର ସ୍ତ୍ରୀ ସୁବର୍ଣ୍ଣ ଝଡ଼ିଆ ପୁଅ ଗୋଟିଏ ଝିଅ ଟିଏ, ରଘୁନାଥ ଦୁଇ ଝିଅ , ସେହିପରି ଦମଦାର ଝଡ଼ିଆ ଙ୍କ ସ୍ତ୍ରୀ ସୁବର୍ଣ୍ଣ ଝଡ଼ିଆଣି ସହ ତିନି ପୁଅ ଦୁଇ ଝିଅ,ଅଛନ୍ତି । ସହିଦ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି।