ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି | ସମସ୍ତେ ତାଙ୍କ ଉତ୍ତମସ୍ୱାସ୍ଥ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି | ଡାକ୍ତରମାନେ ମଧ୍ୟ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି | ହେଲେ ବଂଚି ଥାଉ ଥାଉ ଅଭିନେତା ମିହିର ଦାସଙ୍କୁ କେହିଜଣେ ମାରିଦେଇ ସାରିଲାଣି ଉଇକିପେଡିଆରେ | ଉଇକିପେଡିଆରେ ଉଲ୍ଲେଖ ଅଛି ଯେ୧୪ ତାରୀଖରେ ମିହିର ଦାସଙ୍କ କିଡ୍ନୀ ଖରାପ ଜନିତ ଦେହାନ୍ତ ହୋଇଯାଇଛି | ଉଇକିପେଡିଆରେ ବାଇଓଗ୍ରାଫି ପାରାରେ ଉଲ୍ଲେଖ ରହିଛି " Das was born in Mayurbhanj. He was married to singer and film artist Sangita Das, a famous singer who died in 2010 due to heart attack. She was the daughter of the popular singer, Chitta Jena. Mihir Das and Sangita Das have a son, Amlan Das who is also an actor. [4] He had his last breath on 14th December 2021. The cause of death was due to kidney failure."
ପ୍ରଭୁ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କୁ ତୁରନ୍ତ ସୁସ୍ଥ କରିଦିଅନ୍ତୁ ଓ ଦୀର୍ଘାୟୁ କରନ୍ତୁ | ଆଉ ଆଗକୁହା ଓ ଆଗଚଲା ଉଇକିପେଡିଆକୁ ସଦବୁଦ୍ଧି ପ୍ରଦାନ କରନ୍ତୁ | କେହିଜଣେ ୟୁଜର ଏହାକୁ ଏଡିଟ କରି ଏପରି ଫେକଚାମି କରିଥିବା ଅନୁମାନ କରାଯାଉଛି | ଯେ କେହି ବି ଏହା କରିଥିବେ, ତାକୁ ନିନ୍ଦା କରାଯିବ ସହ ତୁରନ୍ତ ସଂଶୋଧନ ଆଶାକରାଯାଉଛି |