ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଜିଲ୍ଲା ଶିଶୁ ସୁରକ୍ଷାବିଭାଗ ସହାୟତାରେ ସି.ଏସ.ଡି.ଆର. ଅନୁଷ୍ଠାନ ଦ୍ଵାରା ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ କାର୍ମଶାଳା ବିଭିନ୍ନ ପଞ୍ଚାଯତର ଆଶୀର୍ବାଦ ଯୋଜନାରେ ସହାୟତା ପାଉଥିବା ଶିଶୁ ଓ ସେମାନଙ୍କର ଅଭିଭାବକ ମାନଙ୍କୁନେଇ ରିଆମାଳ କଲ୍ୟାଣମଣ୍ଡପ ଠାରେ “ଆଶୀର୍ବାଦ ଯୋଜନା ହିତାଧିକାରୀଙ୍କ ଶିକ୍ଷାଗତ ଅନତରଭୁକତି ଓ ସାମାଜିକ ସୁରକ୍ଷା ଯୋଜନା ସହିତ ସଂଯୋଗ” ଶୀର୍ଷକ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ବି.ଏସ.ଏସ.ଓ. ସୁଜନ କୁମାର ସାହୁ, ଏକଶନଆଡର ଜିଲା ସଂଯୋଜକ ପୀତବାସ ବେହେରା, ସି.ଡି.ପି.ଓ. ନମିତା ରାଉତ, ସୁପରଭାଇଜର ତୃପ୍ତିମୟୀ ମିଶ୍ର, ଚିନ୍ମୟୀ ପ୍ରଧାନ, ଅନୁପମା ପ୍ରଧାନ, ଛାଇଲ୍ଡଲାଇନ ନିର୍ଦେଶିକା ରିତାରଣୀ ରାଉତ, ସି.ଏସ.ଡି.ଆର. ଅନୁଷ୍ଠାନର ଚେୟାରମେନ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ରିଆମାଳ ବ୍ଲକରେ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା କରାଯାଇଥିବା ସାମାଜିକ ସୁରକ୍ଷା ଯଥା – ବିଧବା ଭତ୍ତା, ରାସନ କାର୍ଡ, ପି.ଏମ. କେୟାର ଫଣ୍ଡ, ମଧୁବାବୁ ପେନସନ, ଜାତୀୟ ପରିବାର କଲ୍ୟାଣ ଯୋଜନା, କୋଭିଡ ସହାୟତା, ଲେବର କାର୍ଡ ସହାୟତା ଏବଂ ଶିଶୁମାନଙ୍କ ଶିକ୍ଷାର ସ୍ଥିତି ବିଷୟରେ ଆଲୋଚନା କରାଯାଇ ଆଶୀର୍ବାଦ ଯୋଜନା ପାଇଥିବା ଶିଶୁ ହିତାଧିକାରୀ ଙ୍କୁ ଆଗାମୀ ଶିକ୍ଷାବର୍ଷରେ କସ୍ତୁରବ ଗାନ୍ଧୀ ବାଳିକା ବିଦ୍ୟାଳୟ। ଏସ.ସି./ଏସ.ଟି. ବିଦ୍ୟାଳୟ, ଓଡିଶା ଆଦର୍ଶା ବିଦ୍ୟାଳୟ ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ନାମ ଲଖାଯିବ ଏବଂ ଆଗାମୀ ଦିନରେ ଆମ ଆଶୀର୍ବାଦ ପରିବାର ନାମରେ ଏକ ସଂଗଠନ ଗଠନ କରିବା ପାଇଁ ଆଲୋଚନା କରାଗଲା। ଏହି ସଂଗଠନ ମାଧ୍ୟମରେ ସମସ୍ତ ହିତାଧିକାରୀ ପରିବାର ଗୁଡିକୁ ସୂଚନା ପ୍ରଦାନ ସହିତ ଅନ୍ୟ ଆୟକାରୀ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡଲାଇନର ଟିମ ଲିଡର ପ୍ରଶାନ୍ତ କୁମାର ନାୟକ ଓ ଟିମର ଅନ୍ୟ କର୍ମକର୍ତାମାନେ ସହଯୋଗ କରିଥିଲେ।
ଜିଲ୍ଲା ପ୍ରଶାସନ ସହାୟତାରେ ଆଗାମୀ ୧୭ ତାରିଖରେ ସମାନ ଧରଣର କାର୍ଯ୍ୟକ୍ରମ ତିଳେଇବଣି ବ୍ଲକରେ ଓ ୧୮ ତାରିଖରେ ବାରକୋଟ ବ୍ଲକରେ ଅନୁଷ୍ଠିତ କରାଯାଇ ଆଶୀର୍ବାଦ ଯୋଜନାରୁ ସହାୟତା ପାଉଥିବା ଶିଶୁମାନଙ୍କୁ ବିଭିନ୍ନ ଶିକ୍ଷା ଓ ସାମାଜିକ ସୁରକ୍ଷା ଯୋଜନା ସହିତ ଯୋଡିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
ରାଜ୍ୟ
ଆଶୀର୍ବାଦ ଯୋଜନା ହିତାଧିକାରୀଙ୍କ ଶିକ୍ଷାଗତ ଅନ୍ତର୍ଭୂକ୍ତି ଓ ସାମାଜିକ ସୁରକ୍ଷା ଯୋଜନା କର୍ମଶାଳା
- Hits: 525