କାଶୀପୁରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ:ଜଳବାୟୁ ଉପରେ ନିର୍ଭରଶୀଳ ଓଡ଼ିଶାର କୃଷି ଉପରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ର ପ୍ରତିକୂଳ ପ୍ରଭାବ ହେତୁ ଚାଷୀଙ୍କ ପ୍ରଗତି ହୋଇପାରୁନାହିଁ। ଅଦିନିଆ ବର୍ଷା ଶୀତ ଖରାର ଦୃତ ପରିବର୍ତ୍ତନ ର ପ୍ରଭାବ ଚାଷ ଓ ଚାଷୀମାନଙ୍କର କ୍ଷତି ଘଟାଉଥିବା ରାୟଗଡା ଜିଲ୍ଲା କାଶୀପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଅଗ୍ରଗାମୀ ପରିସରରେ ଆୟୋଜିତ ଦୁଇଦିନିଆ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନାରେ ଯୋଗଦେଇ ଅତିଥିମାନେ ଏହି ମତ ରଖିଥିଲେ। ଅଗ୍ରଗାମୀ ର ଅଧ୍ୟକ୍ଷ ଅଚ୍ୟୁତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାୟୁ ସମ୍ପର୍କିତ ଆଲୋଚନାରେ କାଶୀପୁର ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରୁ ପ୍ରାୟ ପାଞ୍ଚଶହ ଚାଷୀ ଯୋଗଦେଇ ବର୍ତ୍ତମାନ ର ମାଟି ପରିବେଶ ଓ ଫସଲ ର ସୁରକ୍ଷା ରେ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ଉପରେ ମତ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ବିଦ୍ୟା ଜଳଛାୟା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଚୌଧୁରୀ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗଣେଶ୍ବର ସାମନ୍ତରାୟ ସହକାରୀ କୃଷି ଅଧିକାରୀ ତିରୁପତି ସିନିପିନି କୃଷି ଅଧିଦର୍ଶକ ଡମ୍ବରୁ ନିମାଲ ଦାସ ମାଟି ଓ ପରିବେଶ ସମ୍ପର୍କିତ ଆଲୋଚନା କରିବା ସହ କାଶୀପୁର ରେ ଏହାର ପ୍ରଭାବ ଉପରେ ମତ ରଖିଥିଲେ। କାଶୀପୁର ର ଯୁବ ଲେଖକ ନିରଞ୍ଜନ ନାୟକ ଯୋଗଦେଇ କାଶୀପୁର ମାଟିରେ ଜଳବାୟୁ ପରିବର୍ତ୍ତନ ଓ କ୍ଷୁଦ୍ରଦାନାଶସ୍ୟ ଉପରେ ମତ ରଖିଥିଲେ। କାଶୀପୁର ର ସମାଜସେବୀ ସୁମନୀ ଝୋଡ଼ିଆ,ଘାସେନ ଝୋଡ଼ିଆ ଙ୍କ ସମେତ ଅଗ୍ରଗାମୀ ଅନୁଷ୍ଠାନର ଅତୁଲ୍ୟ ନାୟକ,ପ୍ରମୋଦ ପଣ୍ଡା,ଉମାକାନ୍ତ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ କନକମଣୀ ଦାଶ,ଅଭିରାମ ଝୋଡ଼ିଆ,କମ୍ବୁ ମାଝି ସେମିଳି ବାବୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault