ବିଜୁ ସ୍ବାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ନୟାଗଡ଼ ଜିଲ୍ଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୟାଗଡ(ବିଶ୍ୱଜିତ ନାୟକ)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲ ପଡିଆ ଠାରେ ଦିନ11.30 ସମୟରେ ବିଜୁ ସ୍ବାସ୍ଥ୍ୟକାର୍ଡର ଶୁଭ ଉଦଘାଟନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସମ୍ପଦ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ପରିବାରର ୭ଲକ୍ଷ ୭୦ ହଜାର ୭୬୭ଲୋକ ଉପକୃତ ହେବାର ସୁଯୋଗ ପାଇବେ। ଏଥି ସହିତ ୯୦ କୋଟି ଟଙ୍କା ବ୍ୟୟରେ ୧୫୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ। ତା ସହିତ ୯୧୦ କୋଟି ବ୍ୟୟରେ ୧୧୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣ ରେ ପ୍ରଥମେ ନୟାଗଡ଼ ମଟିକୁ ପ୍ରାଣମ ଜଣାଇଥିଲେ ଏଥିସହିତ ନୟାଗଡ଼ ମାଟି ପଠାଣିସମନ୍ତ ଓ ବୀର ସହିଦଙ୍କ ମାଟି ବୋଲି କହିଥିଲେ।ନୟାଗଡ଼ ଜିଲ୍ଲାରେ ମିଶନସକ୍ତିର ମା ମାନେ ଭଲ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଆଗକୁ କରିବାର ଆଶାପୋଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ସେଥିପାଇଁ ରାଜ୍ୟସରକାର ପ୍ରତ୍ୟେକଟି ସ୍ୱାସ୍ଥ୍ୟ ଭିତ୍ତିକ ଯୋଜନାରେ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ବିନା ମୂଲ୍ୟରେ ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ମାସ ଏକ ତାରିଖରୁ ସାରା ରାଜ୍ୟରେ BSKY ସ୍ମାର୍ଟ ହେଲଥ କାର୍ଡର ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନଠାରୁ ଓଡ଼ିଶା ସ୍ୱାସ୍ଥ୍ୟ ସେବାରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ।ଚାଷୀ ହେଉ ବା ମୂଲିଆ ବା ରିକ୍ସା ଵାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ।
ଶେଷରେ ଆଜିର କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ର ସହିତ କାର୍ଯ୍ୟକ୍ରମ ସମାପନ ହୋଇଛି।ଏହି ଭରଚୁଆଲ କାର୍ଯ୍ୟକ୍ରମ ରେ 5ଟି ସଚିବ ଭି କେ ପଣ୍ଡିଆନ ମଧ୍ଯ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାପାଳ ଡଃ.ପୋମା ଟୁଡୁ,ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ, ନୟାଗଡ଼ ଏସପି ସିଦ୍ଧାର୍ଥ କଟରିଆ ,ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜୀତ ରାଉତ ପ୍ରମୁଖ ଉପସ୍ଥିତ ରହିବା ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

0
0
0
s2sdefault