ଜନ୍ମର ଏନ୍ତୁଡ଼ିଶାଳରୁ କର୍ମର ଏନ୍ତୁଡ଼ିଶାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରେଭେନ୍ସା ପୂର୍ବ ଛାତ୍ରାବାସ(ଇଷ୍ଟ ହଷ୍ଟେଲ) ର ଶତବାର୍ଷିକୀ ଉପଲକ୍ଷେ ପଦ୍ମବିଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବାସ ଭବନରୁ ମୃତ୍ତିକା ସଂଗ୍ରହ ।

  • ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର(ଶାସକ ପ୍ରଶାସକ): ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ଇଷ୍ଟ ହଷ୍ଟେଲ ଏହାର ଶତବାର୍ଷିକୀ ପାଳନ କରୁଛି | ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟେଲ ଆଲୁମିନି ଆସୋସିଏସନ ଏବଂ ଏହାର ଅନ୍ତେବାସୀମାନଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି | ଏହିପରି ଏକ କାର୍ଯ୍ୟକ୍ରମ ହେଉଛି "ସ୍ମୃତିର ଷଠିଘର"| ଛାତ୍ରାବାସର ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କୁ ଯୋଡ଼ିବାର ଏହି ଅଭିନବ ପ୍ରୟାସର ଅୟମାରମ୍ଭ ହୋଇଛି । ଏହି ବିଭାଗରେ ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କ ଏକ ଦଳ ଆଜି ପୂର୍ବାହ୍ଣରେ ଓଡିଶା ତଥା ବିଶ୍ୱ ପ୍ରସିଦ୍ଧ ସାହିତ୍ୟିକ, କବି, ଲେଖକ, ଗାଳ୍ପିକ ତଥା ନାଟ୍ୟକାର ପଦ୍ମଭୂଷଣ ଏବଂ ସାହିତ୍ୟ ଏକାଡେମୀ ସମ୍ମନିତ କବି ସ୍ବର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବିଶ୍ୱନାଥପୁର ସ୍ଥିତ ବାସଭବନ ପରିଦର୍ଶନ କରିଥିଲେ |

ସ୍ବର୍ଗତ ପାଣିଗ୍ରାହୀଙ୍କ କାଳଜୟୀ ରଚନା "କେଉଁ ନାମ ଧରି ଡାକିବି ତୁମକୁ ତୁମେ ଯେ ସର୍ବ ନାମ "ର ସେହି ପଂକ୍ତି " ଉଚ୍ଚାରଣ କରି ତାଙ୍କର ସ୍ମୃତିକୁ ମନେପକାଇ ତାଙ୍କ ପବିତ୍ର ଜନ୍ମଭୂମି ପୂଜନ ସହ ମୃତ୍ତିକା ସଂଗ୍ରହ କରିଥିଲେ । ସଂଗୃହୀତ ମୃତ୍ତିକା ବ୍ୟବହାର କରି ପୂର୍ବ ଛାତ୍ରାବାସ ପ୍ରାଙ୍ଗଣରେ ଏକ ସ୍ମୃତିସମ୍ଭ ସ୍ଥାପନା ସହ ସ୍ମୃତିବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକ୍ରିୟାରେ ପୂର୍ବ ଛାତ୍ରାବାସର ପୂର୍ବତନ ବିଶିଷ୍ଟ ଅନ୍ତେବାସୀମାନଙ୍କ ଜନ୍ମଭୂମିରୁ ମୃତ୍ତିକା ସଂଗ୍ରହ ଅଭିଯାନ ଜାରି ରହିବ । ଏହି ଐତିହାସିକ ମୃତ୍ତିକା ସଂଗ୍ରହ ଅଭିଯାନରେ ପୂର୍ବ ଛାତ୍ରାବାସର ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସଂଗ୍ରହ ପରିପ୍ରେକ୍ଷୀରେେ ଏଠାରେ ଭୂମି ପୂଜନ ପୂର୍ବକ ସ୍ବର୍ଗତ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନ୍ତେବାସୀ ଶଶାଙ୍କ ଶେଖର ରାଉତ, ଶୁଭ୍ରାଂଶୁ ମିଶ୍ର , ସନ୍ତୋଷ ସେଠୀ, ଅମିତ୍ ସାହୁ, ସୁମ୍ରିତ ଶୁଭ୍ରମାନ ବିଶ୍ୱାଳ (ମଣ୍ଟି ), ଦିବ୍ୟ ରଞ୍ଜନ ଦୀପ, ଉମେଶ ଗଡ ନାୟକ ଆଶିଷ ଚୌଧୁରୀ ଇଷ୍ଟ ଆଲୁମିନି ଆସୋସିଏସନର ସାଧାରଣ ସମ୍ପାଦକ ପ୍ରତାପ ମହାନ୍ତି, ବିତ୍ତ ସମ୍ପାଦକ ସ୍ୱାଗତ ମେହେର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ "ସ୍ମୃତିର ଷଠିଘର" କାର୍ଯ୍ୟକ୍ରମର ତତ୍ତ୍ୱାବଧାରକ ସମ୍ବିତ ତ୍ରିପାଠୀ ବର୍ତ୍ତମାନର ଅନ୍ତେବାସୀ ଶ୍ରୀ ସିପୁନ କୁମାର ସାହୁ, ସ୍ୱସ୍ତିକ ଆର୍ଯ୍ୟ, ହୃଦୟ ରଞ୍ଜନ ସେଠୀ, ଶିଶିର କୁମାର ବିଶ୍ୱାଳ, ଆଶୀର୍ବାଦ ପାଣ୍ଡେ, ଗୌରବ ମଲ୍ଲିକ, ମିତଲ ବେହେରା, ମନୋରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ l

0
0
0
s2sdefault