ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡିଆଳ ସହର ଦୁଇ ନମ୍ବର ୱାର୍ଡ ପୋଲି ପଡାର ପଖରରେ ରହିଛି ଏକ ବହୁ ପୁରାତନ ପୋଖରୀ । ପୋଲିସପଡା, ସତନାମୀପଡା ବାସି ଗାଧୋଇବା ପାଇଁ ଏହି ପୋଖରୀ ଉପରେ ନିର୍ଭର କରନ୍ତି । ହେଲେ ପୋଖରୀ କୁ ବହୁ ବର୍ଷରୁ ପ୍ରସାସନ ସଫେଇ କାର୍ଯ୍ୟ ନ କରିବାରୁ ପୋଖରୀର ପାଣି ବହୁତ ଦୂଶିତ ହୋଇଯାଇଛି ବୋଲି ପଡାବାସି ଅଭିଯୋଗ କରୁଛନ୍ତି । ପୋଖରୀ ରେ ଅନେକ ଘାସ ସହିତ ଜଗଲ, ସାଙ୍ଗରେ କାଦୁଅ ରହିଛି । ପଡାବାସି ଏହି ପଣିକୁ ଗାଧୋଇ ଅନେକ ରୋଗରେ ଅକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ପୋଖରୀ କୁ ସଫା କରିବା ସହିତ ଏହାର ଉନ୍ନତିକରଣ କାର୍ଯ୍ୟ କଲେ ପଡାବାସୀ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିଛନ୍ତି । ପୋଖରୀକୁ ସଫା କରିବା ପାଇଁ ବାରମ୍ବାର ଖଡିଆଳ ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଳି ନ ଥିବା ପଡାବାସୀ ପ୍ରକାଶ କରିଛନ୍ତି । ଏବିଷୟରେ ଖଡିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା | ହେଲେ ତାଙ୍କ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା । ଆଗାମୀ ଦିନରେ ପୋଖରୀକୁ ଏନଏସି ପକ୍ଷରୁ ସଫା ନ କଲେ ପଡାବାସୀ ଖଡିଆଳ ଏନ୍ଏସି କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟ
ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ପଡାବାସୀଙ୍କ ଦାବି
- Hits: 379