ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଲା ପୋଲିସ : କଲା ରାସ୍ତା ମରାମତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଝାରବନ୍ଧ-ମନୋହର ଦାଶ- ପୋଲିସ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନୁହେଁ, ଲୋକଙ୍କ ସେବାରେ ଓ ସୁଖ ଦୁଃଖରେ ବି ସାମିଲ କରିପାରିବ ନିଜକୁ | ଏଥିପାଇଁ ଖାଲି ଟିକେ ଇଛାଶକ୍ତି ଲୋଡ଼ା | ଏମିତି ଏକ ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ |
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଠାରୁ ଧଉରାଭଟା ରାସ୍ତା ମଧ୍ୟସ୍ଥଳ ରେ ସମ୍ପୂର୍ଣ୍ଣ ଖାଲଖମା ରେ ପରିପୂର୍ଣ୍ଣ ହୋଇଥିବା ବେଳେ ସମସ୍ୟା ସମ୍ପର୍କରେ ଜନ ସାଧାରଣ ଗ୍ରାମ୍ୟଉନ୍ନୟନ ବିଭାଗ ବ୍ଲକ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ହେଉନଥିଲା।ଯାହା ଫଳରେ ରାସ୍ତା ଉପରେ ଲଗାତାର ଦୁର୍ଘଟଣା ବୃଦ୍ଧି ହେଉଥିଲା। ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ତତ୍ୱାବଧାନ ରେ ,ଏ.ଏସ.ଆଇ ପ୍ରଦୀପ ପାଣିଙ୍କ ନେତୃତ୍ୱ ରେ ରାସ୍ତା ମରାମତି କାର୍ଯ୍ୟ ହୋଇଛି। ଲଖମରା କଲେଜ ଜଗଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଥାନା ଓ ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ଯିବା ଆସିବାକୁ ମୁଖ୍ୟ ରାସ୍ତା ଅଟେ।ପ୍ରତ୍ୟକ ଦିନ ଉକ୍ତ ରାସ୍ତା ଉପରେ ଖାଲଖମା ଯୋଗୁଁ ପଥଚାରି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବର୍ତ୍ତମାନ ରାସ୍ତା ମରାମତି ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସ୍ୱସ୍ତି ଆଣିଦେଇଛି।ଜଗଦଲପୁର ଥାନା ର ସମସ୍ତ ପୋଲିସ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଜଗଦଲପୁର ପୋଲିସ ର ଏହି ମରାମତି କାର୍ଯ୍ୟରୁ ଦୁର୍ଘଟଣା ହ୍ରାସ ପାଇବ ବୋଲି ଏଠାକାର ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ହେଉଛି। ଅଞ୍ଚଳବାସୀ ଜଗଦଲପୁର ଥାନା କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault