ହେଡଲାଇନସ୍:

ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ରୁପେନ୍ଦ୍ର ପାଣ୍ଡେ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନିଜସ୍ୱ ଉଦ୍ୟମରେ ଯୋଗାଇ ଦେଲେ ହ୍ବିଲ ଚେୟାର ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ବରିକେଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତାଖୋଲ ଗ୍ରାମର ୬୮ ବର୍ଷୀୟ କୁନ୍ତଳା ମହାଳିଙ୍ଗ ଦୀର୍ଘଦିନ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ବୁଲି ପାରୁ ନାହାଁନ୍ତି । ତାଙ୍କ ସେବା ପାଇଁ ତାଙ୍କ ସ୍ବାମୀ ହିଁ ଏକା ସାହା ଭରସା । ଏକ ହ୍ବିଲ ଚେୟାର ପାଇଁ କୁନ୍ତଳା ବହୁ ବାର ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ଯୋଗାଇ ଦେଇନଥିଲେ । କୁନ୍ତଳାଙ୍କ ବିଷୟରେ ଚାରପାଳି ଗ୍ରାମର ସମାଜସେବୀ ରୁପେନ୍ଦ୍ର ପାଣ୍ଡେ ଖବର ପାଇ ତାଙ୍କ ସହ ଦେଖା କରିଥିଲେ ଏବଂ ନିଜସ୍ୱ ଉଦ୍ୟମରେ ଏକ ହ୍ବିଲ ଚେୟାର ଯୋଗାଇ ଦେଇଛନ୍ତି । ପ୍ରାପ୍ତ ବୄଦ୍ଧ ବୟସ୍କ ହୋଇଥିଲେ ସୁଦ୍ଧା କୁନ୍ତଳା ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଭତ୍ତା ପ୍ରଦାନ ପାଇଁ କୁନ୍ତଳା ପ୍ରଶାସନ ପାଖରେ ଗୁହାରି କରିଛନ୍ତି

0
0
0
s2sdefault