କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲାର ସର୍ବଧର୍ମ ସମନ୍ୱୟ ପୀଠ ଅସ୍ତରଙ୍ଗର ପିରଜାହାନିଆ ,ବେଳାଭୁମି ନିକଟରେ ସରକାରଙ୍କ ତରଫରୁ 35ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୋମବାରଦିନ ଏକ କଲ୍ୟାଣମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଅଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦଘାଟନ କରିଥିଲେ । ଏହି ଉଦ୍ଘାଟନ ଦିବସର ଅନ୍ୟମାନଙ୍କ ମଧ୍ୟରେ ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଲାଇ,ଜିଲାପରିସଦ ସଭ୍ୟ ପଞ୍ଚାନନ ସ୍ଵାଇଁ,ସରପଞ୍ଚ ବିଦୁଲତା ବିଶ୍ୱାଳ,ବି ଡି ଓ ବେବିତା ମଞ୍ଜରୀ ନାୟକ ,ପ୍ରମୁଖ ଏହି ଦିବସରେ ଉପସ୍ଥିତ ଥିଲେ । କଲ୍ୟାଣ ମଣ୍ଡପ କାର୍ଯ୍ୟ ଛୁରିଅନା ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧକାରୀ ଅଜୟ ନୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପନ ହୋଇଥିବା ବେଳେ,ଏଠାରେ ,ବିବାହ, ବ୍ରତ ,ଆଲୋଚନା ଚକ୍ର ,ଆଦି ପଞ୍ଚାୟତ ଠାରୁ ଭଡା ସୂତ୍ରରେ ନେଇ ,ଜନସାଧାରଣ କରିପାରିବେ ବୋଲି ସରପଞ୍ଚ ବିଦୁଲତା ବିଶ୍ୱାଳ ପ୍ରକାଶ କରିଛନ୍ତି ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରଫୁଲ ବିଶ୍ୱାଳ, ସାଂସଦ ପ୍ରତିନିଧି ଚମ୍ପକ ଵାରିକ,ପୂର୍ବତନ ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ,ଶୋଭାକର ବେହେରା, ଅଜୟ ପରିଡା, ବୁଲୁ ସେଠି, ଅଧିର ନୟକ,ସମିତି ସଭ୍ୟା ସୁକୁମାରି ମୁଣ୍ଡା ଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଓ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault