ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ମାଆମାନଙ୍କ ପାଇଁ ସୁରକ୍ଷା କବଚ: ମନ୍ତ୍ରୀ ଶ୍ରୀ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁହାଳୋ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନା ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମହିଳା ସମାବେଶ-ସମୀକ୍ଷା ବୈଠକ

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ମହିଳା ସମାବେଶ ନିଶ୍ଚିନ୍ତକୋଇଲି ବ୍ଲକ ବିଡ଼ିଓ କର୍ଣ୍ଣଦେବ ସମାଦାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟ ଜଳ ଯୋଗାଣ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମିଶନ ଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ବୋଲି କହିଥିଲେ | ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନା ଯଥା-କୁକୁଡ଼ା ପାଳନ, ଗୋପାଳନ,ଛତୁ ଓ ପନିପରିବା ଚାଷ, ପଂଚାୟତ ପୋଖରୀ ମାଧ୍ୟମରେ ମାଛ ଚାଷ କରି ସ୍ୱୟଂ ମହିଳାମାନେ ସ୍ୱାବଲମ୍ବୀଶୀଳ ହୋଇପାରିବେ, ମାଆ ମାନଙ୍କ ହାତରେ ରାଜ୍ୟର ବିକାଶ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ସମସ୍ତଙ୍କ ପାଇଁ ସୁରକ୍ଷା କବଚ ବୋଲି କହିବା ସହ ବୁହାଳୋ ପଂଚାୟତର ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ |
ମିଶନ ଶକ୍ତି ଓ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧକ୍ଷା ସବିତା ମହାନ୍ତି, ବ୍ଲକ ଯୁବନେତା ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶରଞ୍ଜନ ମହାପାତ୍ର,ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଲୀଳାବତୀ ସେଠୀ,ପ୍ରାଣୀ ଚିକିତ୍ସକ ତନ୍ମୟ କୁମାର ମହାନ୍ତି, ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ଶେଖର ପରିଜା, ଜିଲାପରିଷଦ ସଭ୍ୟା ସବିତା ସାମଲ, ସରପଞ୍ଚ ମାୟାଧର ପରିଡା, ଜିଲାପରିଷଦ ସଭ୍ୟ ସେକ ଜାହିର ମହମଦ,ବ୍ଲକ ମହିଳା ଫେଡରେସନ ସଭାପତି କନକଲତା ଭୂୟାଁ, ବ୍ଲକ ମହିଳା ଫେଡେରେସନ ସମ୍ପାଦକ ସତ୍ୟଭାମା ନାୟକ, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା,ପ୍ରମୋଦ ସ୍ୱାଇଁ, ପ୍ରମୁଖ ଯୋଗଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ବୁହାଳୋ ପଂଚାୟତର ହଜାର ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ଅଙ୍ଗନୱାଡି କର୍ମୀ, ସହାୟିକା ମହିଳାମାନେ ଯୋଗଦାନ କରିଥିଲେ । ଶେଷରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଚେକ ଆକାରରେ ଋଣ ପ୍ରଦାନ କରାଯାଇଥିଲା ।

0
0
0
s2sdefault