କଂଗ୍ରେସ ମୁଖ୍ୟାଳୟରେ ପଶି ପୋଲିସର ମାଡ ଘଟଣା: ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର ନିନ୍ଦା; ଏସପି ଅଫିସ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେରକୁ ନ୍ୟାୟ ଓ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପୋଲିସର ପ୍ରବେଶ ଓ ଦମନଲିଳା ବିରୁଦ୍ଧରେ ଏସପି ଅଫିସ ଘେରିଛି ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ । ପୋଲିସର ମାତ୍ରାଧିକ ଓ ବର୍ବୋରଚିତ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉଠାଇଛି କଂଗ୍ରେସ । ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶରେ ଏସପି ଅଫିସ ଘେରିବା ସହ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛି ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ।

ସୋମବାର ସ୍ଥାନୀୟ ଭିଆଇପି ରୋଡ ସ୍ଥିତ କଂଗ୍ରେସ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଏସପି ଅଫିସ ଘେରିଥିଲେ । ପୋଲିସର ବର୍ବରତା ବିରୋଧରେ ଗର୍ଜିବା ସହ ଗତ ୧୦ ତାରିଖରେ ଯେଉଁଭଳି ପୋଲିସ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପସି କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିଲା ତାକୁ ଘୋର ନିନ୍ଦା କରାଯାଇଛି।

ଭାରତ ବର୍ଷ ଏକ ଗଣତାନ୍ତ୍ରୀକ ରାଷ୍ଟ୍ର । ଏହି ରାଷ୍ଟ୍ରରେ ଆନ୍ଦୋଳନ କରିବା ବା ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନା କରିବା ସାଧାରଣ ନାଗରିକ ତଥା ରାଜନୈତିକ ଦଳମାନଙ୍କ ଅଧିକାର । ଓଡ଼ିଶାର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭଉଣୀ ମମିତା ମେହେର ହତ୍ୟାକାଣ୍ଡ । ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ ସହ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରୀକ ପ୍ରକ୍ରିୟାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଆସୁଛନ୍ତି । ହେଲେ ଗତ ୧୦ ତାରିଖ ରାଜ୍ୟ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ନିରୀହ କଂଗ୍ରେସ କର୍ମୀଙ୍କୁ ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟ ତଥା କଂଗ୍ରେସ ଭବନରେ ପସି ଗୋଡ଼ାଇ ଗୋଡାଇ ଆକ୍ରମଣ କରିଥିଲା ପୋଲିସ । ଯାହାକି ଏକ ଗଣତାନ୍ତ୍ରୀକ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । ସାଧାରଣ ଜନତାର ସୁରକ୍ଷା ପାଇଁ ଶପଥ ନେଉଥିବା ପୋଲିସ ପ୍ରଶାସନ ଏକ ସୁସ୍ଥ ଗଣତନ୍ତ୍ରକୁ ହତ୍ୟା କରିଛି । ଏଣୁ ଯୁବ କଂଗ୍ରେସ ଓଡ଼ିଶା ପୋଲିସର ଏଭଳି ବର୍ବରତାକୁ ଦୃଢ଼ ନିନ୍ଦା କରୁଛି । ଏଥିସହ ଏହି ଆକ୍ରମଣରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରୁଛି ବୋଲି କହିଛନ୍ତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି ।
ଏହି ପ୍ରତିବାଦ ଶୋଭାଯାତ୍ରାରେ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର ଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ ସଭାପତି ପ୍ରେମଜିତ୍ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ପ୍ରକାଶ ବରାଳ, ଅମରେନ୍ଦ୍ର ପାଇକରାୟ, ଚନ୍ଦ୍ର ଶେଖର କର, ଶ୍ରୀବତ୍ସ ରଥ, ବିଶ୍ବରଂଜନ ମହାପାତ୍ର, କାଳୀ ପ୍ରସାଦ ନାୟକ, ସ୍ମୃତି ରଞ୍ଜନ ପତି, ବିଶ୍ଵନାଥ ଦାସ, ଚେତନ୍ ମିଶ୍ର, ଆଲୋକ ସାହୁ, ଚନ୍ଦନ ବିଶ୍ଵାଳ, ଅଜୟ ବାରିକ, ଆଦର୍ଶ ମିଶ୍ର, ସୌମ୍ୟ ରଞ୍ଜନ ବରାଳ, ସର୍ବେଶ୍ଵର ସ୍ବାଇଁ, ଅଜୟ ପାଢ଼ୀ,ଶିବରାମ ପାତ୍ର, ରାଜୀବ ବିଶ୍ଵାଳ, ଆଶିଷ ପରିଡ଼ା, ସୁଜିତ୍ ପ୍ରଧାନ, ସ୍ୱାଧୀନ ପଣ୍ଡା ଙ୍କ ସହ ସହସ୍ରାଧିକ ଯୁବ କଂଗ୍ରେସ, ଛାତ୍ର କଂଗେସ କର୍ମୀ ଯୋଗ ଦେଇଥିଲେ ।

0
0
0
s2sdefault