ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ରବିବାର ଦିନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପାଳନ କଲା ସିରଜିନା ରୌପ୍ୟ ଜୟନ୍ତୀ. ସୁଶ୍ରୀ ଜିତେଶ୍ବରୀ ଦାଶଙ୍କ ସଭାପତି ତ୍ବ ରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ରୂପେ ଶ୍ରୀ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗ ଦାନ କରିଥିଲେ| ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପଠନ କାରିଥିଲେ| ଏହି ଅବସରରେ 21 ଜଣ କବି ଓ କଳାକାର ଙ୍କୁ ଉପଢୌକନ ମାନ ପତ୍ର ଦେଇ ସମ୍ମାନିତ କରାଗଲା. ଏହି ବର୍ଷ ବୀର ସୁରେନ୍ଦ୍ର ସାଏ ସମ୍ମାନ ରେ ସମ୍ମାନିତ ହେଲେ ଶ୍ରୀ ଭୁବନେଶ୍ୱର ପ୍ରଧାନ.| ସିରଜିନା ସାହିତ୍ୟ ସମ୍ମାନ ପାଇଲେ ଶ୍ରୀ ପ୍ରଦୀପ କୁମାର ଦାଶ. ଭୀଷ୍ମ ଦେବ ସାହୁ, ଅବନୀ କାନ୍ତ ସାହୁ, ଭାରତୀ ପଣ୍ଡା, ସବିତା ମେହେର, ପ୍ରତିମା ବାରିକ, ଯୁବରାଜ କୁଦେଇ, ସୁଦୃମା ପଣ୍ଡା. ନମିତା ଦୀପ ଯାଦବ ରାହୁଲ ତାଣ୍ଡିଙ୍କୁ ମଧ୍ୟ ସମ୍ମାନିତ କରାଗଲା. ଦ୍ଵିତୀୟ ଅଧିବେଶନ ଆରମ୍ଭ ହେଲା ସନ୍ଧ୍ୟା ରେ. ଶ୍ରୀ ରାଜୁ ଘିବେଲା ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେ କଳା କ୍ଷେତ୍ରରେ ପାରଦର୍ଶିତା କରିଥିବା ବିଭିନ୍ନ କଳାକାର ମାନଂକୁ ଯଥା ସୁଶ୍ରୀ ସୁଶୀଲା ନାୟର ମମତା ଦୀପ ସନ୍ତୋଷ ମହାନ୍ତି ବିଶ୍ରାମ ମେହେର ଙ୍କୁ ସମ୍ମାନିତ କରାଗଲା |

ପଶ୍ଚିମାଞ୍ଚଲ ର 17 ଜଣ ମହାରାଜ କଂସ ଅଭିନୟ କରୁ ଥିବା କଳାକାର ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଗଲା | ଶେଷରେ ସାଗରୀକା ଯୋଷୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ | ନସିବ ଗୁର୍ଲ୍ଲା ଓ ତାଙ୍କ ଦଳ ଦୁଲ ଦୁଲି ବଜାରେ ମଞ୍ଚ କମ୍ପେଇ ଦେଇଥିଲେ | ଶ୍ରୀମତୀ ସବିତା ମେହେର.  ଦୈତାରୀ ବିଶ୍ୱାଳ , ସୁଖରାମ ମଲ୍ଲିକ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ପରିଚାଳନା କରିଥିଲେ. ଡ଼ ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶୋଭା ବର୍ଦ୍ଧନ କରି ଥିଲେ | ଆମ ଅନୁଷ୍ଠାନ ର ସହ ସମ୍ପାଦକ ଶ୍ରୀ ରମଣି ରଞ୍ଜନ ବିଶ୍ୱାଳ ଭୀଷ୍ମ ଦେବ ସାହୁ, ପୌଲସ୍ତ୍ୟ ସାହା, ଚନ୍ଦନ ସାହୁ, ଶଙ୍କର ଶତପଥି, ବିପିନ ପାଣ୍ଡେ, ଚିନ୍ମୟ କୁମାର ପଣ୍ଡା, ଅଚ୍ୟୁତାନନ୍ଦ ସେଠ,  ଡ଼ ଅବନୀ କାନ୍ତ ସାହୁ, ରଘୁମଣି ଦେଓ,  ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ,  ଆଶିଷ ବୈକାର ଓ ଗିରି ସାହୁ ପ୍ରମୁଖ ସହଯୋଗ କରିଥିଲେ |

0
0
0
s2sdefault