ଅବହେଳିତ ଅବସ୍ଥା ରେ ଭାରତରତ୍ନ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନା ଅଛି ଜିଲ୍ଲାପ୍ରଶାସନର ନଜର ନା ଅଛି ଲୋକପ୍ରତିନିଧିଙ୍କ ଆନ୍ତରିକତା

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ତତ୍କାଳୀନ ବିଷମକଟକ ବିଧାୟକ ଡମ୍ବୁରୁଧର ଉଲାକା, ପଞ୍ଚାୟତ ସମିତି ଅଧକ୍ଷ୍ୟ କୁରଞ୍ଜି ଉଲାକା, ଉପାଧ୍ୟକ୍ଷ ଦିଲୀପ କୁମାର ପଟନାୟକ ଏବଂ ଚାଟିକଣାର ସରପଞ୍ଚ ଜୟନ୍ତୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଭାରତରତ୍ନ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ୧୯ .୧୧.୧୯୯୮ ରେ | ୧୯୯୮ରେ ପ୍ରତିଷ୍ଠିତ ଏହି ପ୍ରତିମୂର୍ତ୍ତି ଏବେ ଭଗ୍ନ ଅବସ୍ଥାରେ ଥିବା ବେଳେ ଏବେ ନା ଅଛି ଜିଲ୍ଲା କିମ୍ବା ବ୍ଲକ ପ୍ରସାସନ ର ଆନ୍ତରିକତା ନା ଅଛି ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ଆନ୍ତରିକତା । ଏପରି ଘଟଣା ଦେଖିବାକୁ ମିଳିଛି ବିଷମକଟକ ବ୍କକ୍ ଚାଟିକଣା ଗ୍ରାମର ମୁଖ୍ୟ ରାସ୍ତାରେ। ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍କକ୍ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯାତାୟତ କରୁଥିଲେ ମଧ୍ୟ କାହାରି ଏହି ମୂର୍ତ୍ତି ଉପରେ ଦୃଷ୍ଟି ପଡୁନଥିବା ଅଭିଯୋଗ କରିଛନ୍ତି କେତେକ ବୁଦ୍ଧିଜୀବୀ। ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବ୍କକ୍ ପ୍ରଶାସନ ପର୍ଯ୍ୟନ୍ତ ଏହାର ମରାମତି କାର୍ଯ୍ୟ ଆରମ୍ଭ କରି ବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କୈଣସି କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ମାନେ। ତେଣୁ ଖୁବ ଶୀଘ୍ର ଏହି ଭଗ୍ନ ପ୍ରତିମୂର୍ତ୍ତିର ରକ୍ଷଣା ବେକ୍ଷଣା ଆଗାମୀ ପଞ୍ଚାୟତ ନିର୍ବାଚନ ଭିତରେ ଏହାର ମରାମତି କରିବା ପାଇଁ ସାଧାରଣ ରେ ଦାବି ହୋଇଛି |

 

0
0
0
s2sdefault