ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ-ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସମୀକ୍ଷା ବୈଠକ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗି )- ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମପଂଚାୟତ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ସମାବେଶ ବ୍ଲକ ବିଡ଼ିଓ କର୍ଣ୍ଣଦେବ ସମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ନିଶ୍ଚିନ୍ତକୋଇଲି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲୀଳାବତୀ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ଚିତ୍ରକର ତଥା ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟ ଜଳ ଯୋଗାଣ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ ଗୁରୁତ୍ବଦେଇ ଆସୁଛନ୍ତି ବୋଲି ମତପ୍ରକାଶ କରିଥିଲେ । ଏପରିକି ମିଶନ ଶକ୍ତି କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଯଥା-କୁକୁଡ଼ା ପାଳନ, ଗୋପାଳନ,ଛତୁ ଓ ପନିପରିବା ଚାଷ, ପଂଚାୟତ ପୋଖରୀ ମାଧ୍ୟମରେ ମାଛ ଚାଷ ପାଇଁ ଆଦି ବିଭିନ୍ନ ସ୍ୱାବଲମ୍ବୀଶୀଳ ଯୋଜନା କରି ମାଆ ମାନଙ୍କ ହାତରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଆହ୍ୱାନ ଦେଇଆସୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ସେହିପରିଭାବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ପାଇଁ ସୁରକ୍ଷା କବଚ ସାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମହିଳାମାନେ ବିନା ସୁଧରେ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ପ୍ରକାର ଯୋଜନା କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁଇ ପଇସା ରୋଜଗାର କରିପାରିବେ , ବଢି ,ପାମ୍ପଡ଼ ,ଗୋପାଳନ ଆଦି ବିଭିନ୍ନ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପୂର୍ବତନ ଅଧ୍ୟକ୍ଷ ଗିରିଶରଞ୍ଜନ ମହାପାତ୍ର,ଯୁବ ସମାଜସେବୀ ଅଶୋକ କୁମାର ଓଝା, ବ୍ଲକ ଉପ ସଭାପତି ତପନ ଦାଶ, ସରପଞ୍ଚ କୈଳାସ ସାମନ୍ତରାୟ, ସମିତିସଭ୍ୟ ସବିତାରାଣୀ ଲେଙ୍କା,ଜିଲାପରିଷଦ ସଭ୍ୟ ସେକ ଜାହିର ମହମଦ, ବ୍ଲକ ମହିଳା ଫେଡରେସନ ସଭାପତି କନକଲତା ଭୂୟାଁ, ବ୍ଲକ ମହିଳା ସମ୍ପାଦକ ସତ୍ୟଭାମା ନାୟକ, ମହିଳା ପଂଚାୟତ ସଭାପତି ନମିତା ବେହେରା, ସମ୍ପାଦକ ସସ୍ମିତା ଓଝା ,ପୂର୍ବତନ ଉପାଧକ୍ଷ ରେଖାରାଣୀ ସାମନ୍ତରାୟ, ପ୍ରାଣୀ ଚିକିତ୍ସକ ତନ୍ମୟ କୁମାର ମହାନ୍ତି, ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ଶେଖର ପରିଜା, ସୁପରଭାଇଜର ସାବିତ୍ରୀ ସାହୁ,ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ,ପ୍ରମୁଖ ଯୋଗଦେଇଥିଲେ |
ପଣସପଡ଼ିଆ କଟକ ଚାନ୍ଦବାଲି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଉତ୍ସବ ସ୍ଥଳୀକୁ ପାଛୋଟି ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବାଲିଆପଦା ପଂଚାୟତର ୯୦ ଟି ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ଅଙ୍ଗନୱାଡି କର୍ମୀ ,ସହାୟିକା ମହିଳାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ବହୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

0
0
0
s2sdefault