ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ ପଂଚାୟତ ସଦର ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନର ପାଣି ରାସ୍ତାରେ ଭାସୁଛି । ରାସ୍ତା ସାରା କୁଢ କୁଢ ମଇଲା ଜମା ହୋଇରହୁଛିା ଫଳରେ ରାସ୍ତାରେ ଚାଳୁଥିବା ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ନର୍ଦମା ପାଣି ବର୍ଷ ସାରା ଜମି ରହୁଥିବାରୁ ଅନେକ ମଶାମାଛି ର ଆଶ୍ରୟସ୍ଥଳି ପାଲିଟିଛି । ବର୍ଷ ବର୍ଷ ଧରି ଏ ସମସ୍ୟା ଲାଗି ରହିଥିଲେ ବି ପଂଚାୟତ କତୃପକ୍ଷଙ୍କ ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖୋଦ ପଂଚାୟତ ର ସଦର ଗ୍ରାମରେ ଯଦି ଏଭଳି ସମସ୍ୟା ଲାଗି ରହିଥିବାରୁ ବେଲେ ଅନ୍ୟ ଗ୍ରାମରେ କିଭଲି ସମସ୍ୟା ଥିବ ତାହା ସହଜେ ଅନୁମାନ କରାଯାଇପାରେ । ଭୁଲ ଡ୍ରେନେଜ ବ୍ୟବସ୍ଥା ଓ ଉଚ୍ଚ ଅଧିକାରୀଙ୍କ ଉଦାସିନତା ଯୋଗୁଁ ଏଭଲି ସମସ୍ୟା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଡ୍ରେନର ପାଣି ଜଣେ ଚାଷିଙ୍କ ଜମିରେ ପଡୁଥିବାରୁ ଅନେକ ସମୟରେ ବିବାଦ ମଧ୍ୟ ଦେଖାଦେଇଛି । ସରକାର ଗ୍ରାମାଂଚଳ ର ମରିମଳ ବ୍ୟବସ୍ଥା ପଂଚାୟତ ହାତରେ ନ୍ୟସ୍ତ କରିଥିବା ବେଲେ ଅଧିକାରୀ ହାତବାନ୍ଧି ବସିଛନ୍ତି । ଏ ସମସ୍ୟା ର ଯଥାଶିଘ୍ର ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

0
0
0
s2sdefault