୧୪ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ଳକର ସମସ୍ତ ହିତାଧିକାରୀଙ୍କ ନିକଟରେ କାର୍ଡ ପହଁଚାଇବାକୁ ମନ୍ତ୍ରୀ ଅରୁଣ ସାହୁଙ୍କ ପରାମର୍ଶ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ଅନ୍ତର୍ଗତ  ସମସ୍ତ ପଞ୍ଚାୟତର ହିତାଧିକାରୀ ମାନଙ୍କ ମଧ୍ୟରେ ବିଜୁ ସ୍ବାସ୍ଥ୍ୟକାର୍ଡ଼ ସୁଚାରୁରୂପେ ବଣ୍ଟନ ନିମନ୍ତେ ଆଜି ଓଡ଼ଗାଁ ସଦଭାବନା ଗୃହରେ  ପ୍ରସ୍ତୁତି ବୈୖଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆସନ୍ତା ୧୪ ତାରିଖରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବାର ସୁଭାରମ୍ଭ କରିବା ପରେ ଓଡ଼ଗାଁ ଏନ୍ଏସି ସମେତ ପ୍ରତି ପଂଚାୟତରେ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କରାଯିବ। ପ୍ରତ୍ୟେକ ଦିନ ୧୦ ପଂଚାୟତରେ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଏଥି ନିମନ୍ତେ ସମସ୍ତ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ରାସନ ସାମଗ୍ରୀ ପାଉଥିବା ସମସ୍ତ ବ୍ୟକ୍ତି ହିତାଧିକାରୀ ଏହି ସ୍ବାସ୍ଥ୍ୟକାର୍ଡ଼ ସୁବିଧା ପାଇପାରିବେ। ଏହି କାର୍ଡ ଦ୍ବାରା ପ୍ରତ୍ୟେକ ମହିଳାଙ୍କୁ ୫ଲକ୍ଷ ଟଙ୍କା ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଲେ ଅଧିକ ୫ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ମନ୍ତ୍ରୀ ବ୍ଲକର ସମସ୍ତ କର୍ମଚାରୀ ଓ ଉପସ୍ଥିତ ଜନପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ। ସଠିକ୍ ଭାବରେ ଯେପରି କାର୍ଡ଼ ବଣ୍ଟନ କରାଯିବ ସେଥିପାଇଁ ସରପଞ୍ଚ, ଭିଏଲଡବ୍ଲୁ, ଜିଆରଏସ୍‌ ଓ ଯନ୍ତ୍ରୀମାନଙ୍କୁ ଦାୟୀତ୍ବ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜି ପ୍ରସ୍ତୁତି ବୈୖଠକରେ ବ୍ଲକ୍ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault