ମିଶନ ସ୍ୱଚ୍ଛତା : ନୟାଗଡରେ ଲୋକାର୍ପିତ ହେଲା ନିଆରା ସ୍ୱଚ୍ଛ ସଂଗୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ) : ନୟାଗଡ଼ ନିର୍ବାଚନ ମଣ୍ଡଳୀ କିପରି ବିକଶିତ ହେବ ଏବଂ ନିର୍ବାଚନ ମଣ୍ଡଳୀର ଜନସାଧାରଣ କିପରି ସୁସ୍ଥ ରହିବେ ଏହି ଚିନ୍ତାରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଅନେକ ପଦକ୍ଷେପ ନେଉଛନ୍ତି । ନିର୍ବାଚନ ମଣ୍ଡଳୀରେ ଶାନ୍ତି ପ୍ରତିଷ୍ଠା, ସୁସ୍ଥ ସମାଜ, ବିକାଶର ଧାରା ପ୍ରବାହିତ ହେବା, ଛାତ୍ର ଯୁବ, ମହିଳା ଓ ବିଭିନ୍ନ ବର୍ଗର ଜନସାଧାରଣ କିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭଲ ପରିବେଶ ମଧ୍ୟରେ ରହିବେ ସେଥିପାଇଁ ମନ୍ତ୍ରୀ ଡ.ସାହୁ ଆପ୍ରାଣ ଉଦ୍ୟମ ଜାରି ରଖିବା ସେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ବିରୋଧୀଙ୍କ ଅସହିଷ୍ଣୁତାପୂର୍ଣ୍ଣ ପ୍ରଚାର ସତ୍ତ୍ୱେ | ସେହି କ୍ରମରେ ଆଜି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ନୟାଗଡ଼ ସହରକୁ ସ୍ୱଚ୍ଛତା ରଖିବାକୁ ଭିନ୍ନ ଏକ ପଦକ୍ଷେପ ଆପଣେଇଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ଆଜି ସହରବାସୀଙ୍କୁ ଶପଥ ପାଠ କରାଇଛନ୍ତି ମନ୍ତ୍ରୀ ଡ଼ ସାହୁ । ତାହାପୁଣି ସଂଗୀତ ମାଧ୍ୟମରେ । ନୟାଗଡ଼ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସଂଗୀତ ଉନ୍ମୋଚନ ଓ ଶପଥ ଗ୍ରହଣ ଉତ୍ସବ ଆଜି ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପୌରାଞ୍ଚଳ ମଧ୍ୟରେ ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ଉନ୍ନତମାନର ପରିସ୍ରାଗାର ଉଦଘାଟନ ହୋଇଛି । ରାସ୍ତା, ଡ୍ରେନ୍, ସାହି, କଲୋନୀ, ପୁଷ୍କରିଣୀ, ପାର୍କ, ବଜାର, ଜନ ଗହଳି ପୂର୍ଣ୍ଣ ସର୍ବସାଧାରଣ ସ୍ଥାନ ଓ ନିଜ ଘରର ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା । ଗୃହପାଳିତ ପଶୁମାନଙ୍କୁ ରାସ୍ତା ଉପରକୁ ଛାଡିବା ନାହିଁ । ବାଲି, ଗୋଡ଼ି, ପଥର ଓ ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ରାସ୍ତା ଉପରେ ରଖି ଅବରୋଧ କରିବା ନାହିଁ । ବରିଷ୍ଠ ନାଗରିକ ଓ ଗୁରୁଜନ ମାନଙ୍କୁ ସମ୍ମାନ ଦେଇ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା । ପ୍ରତ୍ୟେକ ଦିନ ଘରୁ ବାହାରୁଥିବା ବର୍ୟ୍ୟବସ୍ତୁକୁ ପୃଥକ ଭାବେ ପକାଇବା ପାଇଁ ଶପଥ ପାଠ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ଼.ପୋମା ଟୁଡୁ, ନୟାଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱତ୍ସ ସଙ୍ଗୀତର ରଚନା ଓ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ | ଏଥି ସହିତ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସମେତ ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ଆଇନଜିବୀ, ଶିକ୍ଷାବିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହରକୁ ସୌନ୍ଦର୍ଯ୍ୟ କରିବା ପାଇଁ ଶପଥପାଠ କରିଥିଲେ ।

0
0
0
s2sdefault