ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାସିଂହପୁର : ପ୍ରଦିପ ଦଲାଇ: ସୁରକ୍ଷା ପାଇଁ ସର୍ବଦା ଆଗକୁ ଆସି ଲଢୁଥିଲେ । ଦେଶ ସେବାକରିବାକୁ ଶପଥ ନେଇଥିଲେ । ଦେଶ ର ଦ୍ରୋହି ମାନଙ୍କୁ ଦମନ କରିବା ପାଇଁ ଜବାନମାନଙ୍କୁ ସର୍ବଦା ଗୁରୁ ମନ୍ତ୍ର ଦେଇ କେତେ ଜବାନ ତିଆରି କରିଥିଲେ । ଭାରତ ମାତାର ଲଢୁଆ ସନ୍ତାନ ମାନେ ଆଜି ନିଜ ଜୀବନ ଯୁଦ୍ଧରେ ହାରିଗଲେ । ସାରା ଦେଶ ତାଙ୍କ ସ୍ମୃତି କୁ ମନେ ପକାଇ ବାହୁନି କାନ୍ଦୁଛି । ସେମାନେ ଥିଲେ ଆମ ଦେଶର ବିରପୁତ୍ର ।
ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଭୟଙ୍କର କ୍ରାସ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା । ସ୍ବର୍ଗତ ରାୱତଙ୍କ ଦେହାନ୍ତ ଓ ଯବାନ ମାନଙ୍କ ଆକସ୍ମିକ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ମାତୃଭୂମିର ସେବା ଓ ସୁରକ୍ଷା ପାଇଁ ସେମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ। କଲ୍ୟାସିଂହପୁର ଚତୁର୍ଥ ବେଟାଲିଆନ୍ ସି ଆର୍ ପି ଏଫ୍ ର ଦ୍ଵିତୀୟ କମାଡେଣ୍ଟ କ୍ରୀଷ୍ଣା ରାଓ ତାଙ୍କ ବେଟାଲିଆନ୍ ଯବାନ ମାନଙ୍କ ସହ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଙ୍ଗ୍ଯାପନ କରିଥିବା ବେଳେ ନିକଟସ୍ଥ ଦେବଗିରି କ୍ରାନ୍ତି କାର ଆଶ୍ରମ ରେ ଥିବା ସୈନିକ ବାଟିକା ରେ ଏକ ଶୋକସଭା ର ଆୟୋଜନ କରାଯାଇଥିଲା ।ଏହି ସଭାରେ ଦେବଗିରି କଲେଜ ଛାତ୍ରଛାତ୍ରୀ,ସ୍ଥାନୀୟ ତସିଲ୍ ଦାର ଦେବାଶିଷ କର,କମାଡେଣ୍ଟ କ୍ରୀଷ୍ଣା ରାଓ ବେଟାଲିଆନ୍ ସି ଆର୍ ପି ଏଫ୍ ର ଯବାନ ମାନେ ସହୀଦ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଯବାନ ମାନଙ୍କ ଆମର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ ।
ସହିଦ ଯବାନ ମାନଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମା ର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ମିଳିଛି।

0
0
0
s2sdefault