ହେଡଲାଇନସ୍:

୨ ମାସରେ କିଟ୍‍ ଓ କିସରେ ୨୦ ହଜାର ଖେଳାଳିଙ୍କ ସମାଗମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରତିବର୍ଷ ଶୀତଋତୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତ ତଥା ଭାରତ ବାହାରୁ ଲକ୍ଷାଧିକ ଲୋକ କିଟ୍‍ ଓ କିସ୍‍କୁ ଆସିଥାନ୍ତି । ବର୍ତ୍ତମାନ କରୋନା ପାଇଁ ଏହି ପ୍ରକ୍ରିୟା ଶିଥିଳ ପଡ଼ିଥିଲେ ମଧ୍ୟ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ କିଟ୍‍ ଓ କିସ୍‍କୁ ଦେଶ ଓ ବିଦେଶରୁ ଖେଳାଳି, କୋଚ୍‍ ଓ ଅଫିସିଆଲ୍‍ଙ୍କ ଯିବା ଆସିବା ଓ ରହଣି ଲାଗି ରହିଛି । ଚଳିତବର୍ଷ ନଭେମ୍ବର ଓ ଡିସେମ୍ବର ମାତ୍ର ଦୁଇ ମାସ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନ ସମେତ ସମଗ୍ର ବିଶ୍ୱରୁ ୨୦ ହଜାରରୁ ଉର୍ଦ୍ଧ୍ବ ଖେଳାଳି, କୋଚ୍‍ ଓ ଅଫିସିଆଲ୍‍ କିଟ୍‍ ଓ କିସ୍‍କୁ ଆସୁଛନ୍ତି ଓ ରହୁଛନ୍ତି । ଜାନୁଆରୀ ମାସରେ ମଧ୍ୟ ହେବାକୁ ଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ଆହୁରି ଅନେକ ଖେଳାଳି ଓ ଅଫିସିଆଲ୍‍ କିଟ୍‍ ଓ କିସ୍‍କୁ ଆସିବାର କାର୍ଯ୍ୟକ୍ରମ ରହିଛି ।
ସଂପ୍ରତି କିଟ୍‍ ଓ କିସ୍‍ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ତାଲିମ୍‍ ଓ ଚୟନ ଶିବିର ଆଦି ଚାଲୁ ରହିଛି । ସେଥିମଧ୍ୟରୁ ମାଳଦ୍ୱୀପ ଭଲିବଲ୍‍ ଦଳର କୋଚିଂ ଶିବିର, ବିସିସିଆଇ ୧୯ବର୍ଷରୁ କମ୍‍ କୁଚବିହାର ଟ୍ରଫି ୨୦୨୧-୨୨ (ପ୍ଲେଟ୍‍ ଗ୍ରୁପ୍‍), ଜାତୀୟ ରଗ୍‍ବୀ ୭-ଏସ୍‍ ଚାମ୍ପିଅନ୍‍ସିପ୍‍ (ବରିଷ୍ଠ ଓ କନିଷ୍ଠ), ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ୍‍, ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସନ୍ତରଣ (ପୁରୁଷ ଓ ମହିଳା), ୪ର୍ଥ ଜାତୀୟ ପାରାବ୍ୟାଡ୍‍ମିଣ୍ଟନ ଚାମ୍ପିଅନ୍‍ସିପ୍‍ (ପୁରୁଷ ଓ ମହିଳା) ର୍ପୂବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଫୁଟବଲ୍‍, ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଯୋଗ (ପୁରୁଷ ଓ ମହିଳା), ସର୍ବଭାରତୀୟ ଆନ୍ତଃଜୋନ୍‍ ଟେନିସ୍‍ (ପୁରୁଷ), ପୂର୍ବାଞ୍ଚଳ ଜାତୀୟ ବାସ୍କେଟ୍‍ବଲ୍‍ ଚାମ୍ପିଅନ୍‍ସିପ୍‍, ଜାତୀୟ ବରିଷ୍ଠ ଓ କନିଷ୍ଠ ଭାରୋତ୍ତୋଳନ ଚାମ୍ପିଅନ୍‍ସିପ୍‍, ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ (ମହିଳା), ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଟେବୁଲ୍‍ ଟେନିସ୍‍ (ମହିଳା), ଜାତୀୟ ବିଦ୍ୟାଳୟ ଚେସ୍‍ ଚାମ୍ପିଅନ୍‍ସିପ୍‍ (ବାଳକ ଓ ବାଳିକା), ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆଦି ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଏହି ଖେଳାଳି ଓ ଅଫିସିଆଲ୍‍ମାନେ ଆସୁଛନ୍ତି ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ସମୟରେ ମଧ୍ୟ କିଟ୍‍ ଓ କିସ୍‍କୁ ୨୦ ହଜାରରୁ ଉର୍ଧ୍ଵ ଖେଳାଳି ଓ ଅଫିସିଆଲ୍‍ ଆସିପାରୁଛନ୍ତି । ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଓଡ଼ିଶାକୁ ଏମାନଙ୍କ ଆଗମନ ପର୍ଯ୍ୟଟନକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

 

0
0
0
s2sdefault