ହେଡଲାଇନସ୍:

କାଳିଆପଡ଼ା ଘାଟିରେ ମିଛ ଲୁଟ ଘଟଣାର ଦୁଇ ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଳିଆ ପଡ଼ା ଘାଟି ରାସ୍ତାରେ ଦୁର୍ବୁତ୍ତ ମାନେ ଓଡ଼ି୧୮ଏଫ-୦୨୫୧ ଏକ ମିନି ଟ୍ରକକୁ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗର ପର୍ଦ୍ଦାଫାସ କରିଛି ଟିକିରି ଥାନା ପୁଲିସ । ତଦନ୍ତ ପରେ ଅଭିଯୋଗକାରୀ ହିଁ ମିଛ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଏହି ଘଟଣାରେ ପୁଲିସ ଗାଡି ଡ୍ରାଇଭର ରାମ ସ୍ୱାମୀ ଗରଡ଼ା ଏବଂ ହେଲ୍ପର ସୁଶାନ୍ତକାଲପାକୁ ଥାନାରେ ଅଟକ ରଖିଛି । ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତକାଲି ରାତିରେ ଟିକିରି ଠାରୁ ରାୟଗଡ଼ା ଅଭିମୁଖେ ଯାଇଥିବା ଓଆର18ଏଫ0251 ମିନି ଟ୍ରକକୁ ଦୁର୍ବୁତ୍ତମାନେ କାଳିଆ ପଡ଼ା ଘାଟି ରାସ୍ତାରେ ଅଟକାଇ ଚାଳକ ଏବଂ ହେଲ୍ପରଙ୍କୁ ମାଡ଼ ମାରିବା ସହ ମୁହଁରେ ଲଙ୍କା ଗୁଣ୍ଡ ମାରି ଟଙ୍କା ବ୍ୟାଗକୁ ଛଡାଇ ନେଇ ଥିବାର ଟିକିରି ଥାନାରେ ଅଭିଯୋଗ ହୋଇଥିଲା। ଗାଡି ଚାଳକ ନିଜେ ଟିକିରି ଥାନାରେ ଟଙ୍କା ଲୁଟର ଅଭିଯୋଗ କରିଥିଲେ । ଲୁଟ ଅଭିଯୋଗ ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିବା ପରେ ପୁଲିସର ସନ୍ଦେହ ହେବାରୁ ଅଭିଯୋଗକାରୀ ଡ୍ରାଇଭର ଏବଂ ହେଲ୍ପରକୁ ଥାନାକୁ ନେଇ ପଚରା ଉଚରା କରିଥିଲା ପୋଲିସ ।

ପରେ ମିଛ ଅଭିନୟ କରି ଜଙ୍ଗଲ ମଧ୍ୟରେ ଥିବା ଏକ ସ୍ଥାନରେ ଟଙ୍କା ଲୁଚାଇ ଥିବାର ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ପୁଲିସ ଘଟଣାସ୍ଥଳରୁ ସମସ୍ତ ଏକ ଲକ୍ଷ ୬୦ ହଜାରଲୁଟ ଟଙ୍କା ଉଦ୍ଧାର କରିବା ସହ ଜବତ କରିଛି ।ଗତକାଲି ରାୟଗଡ଼ାଠାରୁ ଅଣ୍ଡା ବୋଝେଇ କରି ଟିକିରି ଆସିଥିବା ମିନିଟ୍ରକଟି ସ୍ଥାନୀୟ ଗାୟତ୍ରୀ ଭଣ୍ଡାରରେ ମାଲ ଖଲାସ କରିଥିଲା । ଗାଡ଼ିରେ ଅଣ୍ଡା ପଠାଇ ଥିବା ମାଲିକଙ୍କ କହିବା ଅନୁସାରେ ଯାତ୍ରୀ ଭଣ୍ଡାରର ମାଲିକ ଡ୍ରାଇଭର ରାମ ସ୍ୱାମୀଙ୍କ ହାତରେ ଏକ ଲକ୍ଷ ୬୦ ହଜାର ଟଙ୍କା ପଠାଇଥିଲେ । କିନ୍ତୁ ଟଙ୍କା ହଡପ କରିବା ପାଇଁ ମିଛ ଲୁଟର ଅଭିନୟ କରି ଗାଡ଼ି ଚାଳକ ଏବଂ ହେଲ୍ପର ପୁଲିସ ହାତରେ ଧରା ପଡ଼ିଯାଇଥିଲେ।

0
0
0
s2sdefault