ବରଗଡ଼/ପଦ୍ମପୁର (13.01.2025) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ର ତୃତୀୟ ମ୍ୟାଚ ରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ଗୁଲଵର୍ଗା ସିଟି 11 କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ କରିଥିଲେ l ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ 188 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସନି ତିୱାରୀ 54 ବଲ ରେ 67ରନ ଏବଂ ଶଶାଙ୍କ ନେତମ 24 ବଳ ରେ 41 ରନ କରିଥିଲେ l କର୍ଣ୍ଣାଟକ ପକ୍ଷରୁ ସୁମନ ମହାରଣା 5. 3 ଓଭର ରେ 16 ରନ ଦେଇ 6 ଟି ବିକେଟ ନେଇଥିଲେ l ତାର ଜବାବରେ କର୍ଣ୍ଣାଟକ ଦଳ 29.1 ଓଭରରେ ସମସ୍ତ ବିକେଟ ହରାଇ 187 ରନ ସଂଗ୍ରହ କରିଥିଲେ, କର୍ଣ୍ଣାଟକ ଦଳ ପକ୍ଷରୁ ଅଭିଳାଷ ନାୟକ 54 ବଳ ରେ 67 ରନ ଓ କ୍ରିଷ୍ଣା 50 ବଳ ରେ 61 ରନ ସଂଗ୍ରହ କରିଥିଲେ lଫଳରେ 1 ରନରେ ରା଼ଇପୁର ଦଳ ବିଜୟୀ ହୋଇଥିଲେ। ତୃତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ରାଜବୋରାସମ୍ବର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ରାଇପୁର ଦଳର ସନି ତିୱାରୀ କୁ ପୁରସ୍କୃତ କରିଥିଲେ । ଆଜିର ତୃତୀୟ ଦିନ ର ମ୍ୟାଚ କୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ,କୁମାର ଆନନ୍ଦ ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ।ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ମ୍ୟାଚ କ୍ୟୁସୀଆଇ ୱାରିଅର ରାୟପୁର ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ଅନୁଷ୍ଠିତ ହେବ l
ରାଜ୍ୟ
29 ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ
- Hits: 19