ହେଡଲାଇନସ୍:

ବସରେ ଯାତ୍ରୀ ବଦଳରେ ଚାଲିଛି ସାମଗ୍ରୀ ଚାଲାଣ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଏସଟି ଫାଙ୍କି ବସରେ ଚାଲାଣ ସମୟରେ ଜିଏସଟି ବିଭାଗର ଚଢ଼ାଉ ।

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଜିଏସଟି ବିଭାଗ ଏକ ବସ ଘରୋଇ ଉପରେ ଚଢ଼ାଉ କରିଛି । ମହିନ୍ଦ୍ରା ନାମକ ଏକ ଘରୋଇ ବସ ରାୟପୁର ରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ପଦ୍ମପୁର ଠାରେ ଜିଏସଟି ବିଭାଗର ସ୍ଵତନ୍ତ୍ର ଟିମ ରେଡ଼ କରିଛି । ଏହି ବସରେ ଥିବା ସାମଗ୍ରୀର କାଗଜପତ୍ର ଯାଞ୍ଚ କରୁଛି ବିଭାଗ , ବିଭିନ୍ନ ସୂତ୍ରରୁ ଖବର ପାଇଁ ଜିଏସଟି ବିଭାଗ ଏହି ବସରେ ରେଡ଼ କରିଛି । ଏହି ବସ ଯାତ୍ରୀ ବଦଳରେ ବିଭିନ୍ନ ସାମଗ୍ରୀ ନେଉଛନ୍ତି , ବସରେ ଲୋକଙ୍କ ବଦଳରେ ସିଟରେ ସାମଗ୍ରୀ ନେବା ପାଇଁ ବ୍ୟବସ୍ତା କରାଯାଇ , ଚାଲାଣ କରା ଯାଉଛି।

ଜିଏସଟି ବିଭାଗ ଚଢ଼ାଉ କରିଥିବା ସମୟରେ , ଆରଟିଓ ବିଭାଗ ର ମଧ୍ୟ ନଜର ଏଥିରେ ପଡିବା ଏବେ ଜରୁରୀ ହୋଇପଡିଛି । ଏଭଲି ଅନେକ ଗୁଡିଏ ବସରେ ଯାତ୍ରୀ ବଦଳରେ ଟିକସ ଫାଙ୍କି ସାମଗ୍ରୀ ଚାଲାଣ ହେଉଥିବା ଦେଖିବାକୁ ମିଲୁଛି ।

0
0
0
s2sdefault