ହେଡଲାଇନସ୍:

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚେତନତା ରଥକୁ ଦେବଗଡରେ ସ୍ଵାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ଅଧିନିୟମ ଓ ଯୋଜନାର ସଫଳ ରୂପାୟନ ଓ ଗୋଷ୍ଠୀର ସହଭାଗୀତାକୁ ନିଶ୍ଚିତ କରାଇବା ପାଇଁ ଅଧକ୍ଷ୍ୟା ସନ୍ଧ୍ୟ।ବତୀ ପ୍ରଧାନଙ୍କ ନେତୃତ୍ଵରେ , ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଗତ ନଭେମ୍ବର ୨୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଶିଶୁ ସୁରକ୍ଷା ସଚେତନତା ରଥକୁ ଦେବଗଡ ଜିଲ୍ଲାରେ ସ୍ଵାଗତ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵ ଓ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁଙ୍କ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରୁ ଜିଲ୍ଲାରେ ଏହି ଅଭିଯାନକୁ ସବୁଜ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ରେବିକ। ବିଲୁଙ୍ଗ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଦର ମହକୁମାରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତ ୱାର୍ଡର ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ମହିଳା ସ୍ଵୟଂ ସହାୟକ। ଗୋଷ୍ଠୀ ତଥା ଶିଶୁଙ୍କ ପ୍ରତିନିଧି ଓ ଚାଇଲ୍ଡଲାଇନ କର୍ମକର୍ତାଙ୍କ ସହ ସି.ଡବ୍ଲୁ.ସି. ଅଧକ୍ଷ୍ୟ ଅତୁଲ୍ୟ ପୂଜାରୀ ଓ ସଦସ୍ୟ ଜ୍ୟୋଷ୍ଣରଣୀ ମିଶ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୋଜାଲିନ କେରକେଟ। , ସି.ଡି.ପି.ଓ ମାନବୀ ରାୟ , ସପୋର୍ଟ ଶିଶୁ ଗୃହ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସାହୁ ସାମିଲ ହୋଇଥିଲେ । ଏହି ସଚେତନା ରଥକୁ ରିଆମାଳ ବ୍ଲକରେ କୀର୍ତନ ମଣ୍ଡଳୀର ମୃଦଙ୍ଗର ତାଳେ ତାଳେ ଶିଶୁମାନଙ୍କ ସହ ସି.ଡି.ପି.ଓ. ନମିତା ରାଉତ , ଚାଇଲ୍ଡଲାଇନ ନିର୍ଦେଶିକା ରୀତାରାନୀ ରାଉତ , ସି.ଏସ.ଡି.ଆରର ସଭାପତି ଜଗନାଥ ପଣ୍ଡା , ରିଆମାଳ ସରପଞ୍ଚ ତରିଣୀସେନ ପ୍ରଧାନ ଓ ଅତିରିକ୍ତ ବି.ଡି.ଓ ଜିତୁରଞ୍ଜନ ଜେନା ସ୍ଵାଗତ ଜଣାଇଥିଲେ । ସେହିପରି ଖିଲେଇ ପଞ୍ଚାୟତରେ ସୁପରଭାଇଜର ଜଲି ବୁଡ। , ପ୍ରଶାନ୍ତ ନାୟକ ଓ ସମାଜସେବୀ ଅନିରୁଦ୍ଧ ନାୟକ ନେତୃତ୍ଵରେ ଶତାଧିକ ଗ୍ରାମବାସୀ ଏହି ସଚେତନତା ରଥକୁ ସ୍ଵାଗତ କରିଥିଲେ ।

ଅପରାହ୍ନରେ ବ।ରକୋଟ ବ୍ଲକରେ , ଏହି ଶିଶୁ ସୁରକ୍ଷା ସଚେତନତା ରଥର ଜିଲ୍ଲା ପରିକ୍ରମା ଅଭିଯାନର ବିଦାୟ ପର୍ବ ବି.ଡି.ଓ ଆକାଶ ରଞ୍ଜନ ସାହୁଙ୍କ ନେତୃତ୍ଵରେ ସି.ଡି.ପି.ଓ ପ୍ରବୀଣ। ମିଶ୍ର , ଆକ୍ସନଏଡ ଜିଲ୍ଲା ସଂଯୋଜକ ପୀତବାସ ବେହେରା , ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତିରେ ସମାପନ ହୋଇଥିଲେ ।

0
0
0
s2sdefault