ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ୍ ଲାବଣ୍ୟଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ 150 କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଇଥାନଲ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ।
ଏହି ୟୁନିଟ ଅଦରକାରୀ ଖାଦ୍ୟ ପଦାର୍ଥ ଯଥା ପନିପରିବା , କୁଣ୍ଡା , ମକାକୁ କଞ୍ଚାମାଲ ହିସାବରେ ଗ୍ରହଣ କରିବ । ଏହି ପ୍ରକଳ୍ପ ୨୦୨୩ ଜାନୁୟାରୀରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇ ଥିବା ବେଳେ ଏଥିରେ ପ୍ରତ୍ୟକ୍ଷ ଭାବେ ୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି । ପରୋକ୍ଷ ଭାବେ ବିଭିନ୍ନ କୃଷିଭିତ୍ତିକ ଶ୍ରମିକ ଏବଂ କୃଷକମାନେ ମଧ୍ୟ ନିୟୋଜିତ ହେବାର ଯୋଜନା ରହିଛି । ଏହି ପ୍ରକଳ୍ପର କ୍ଷମତା ଦିନକୁ ୧୫୮ କିଲୋ ଲିଟର ରହିଛି । ଏହି ପ୍ରକଳ୍ପ ନିମନ୍ତେ ଇଡ଼କୋ ୩୦ ଏକର ଜମି କମ୍ପାନୀକୁ ଯୋଗାଇ ଦେଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ , ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲିପ କୁମାର ମହାରଣା, ଇଡ଼କୋ ଡିଭିଜନାଲ ମୁଖ୍ୟ ବ୍ରହ୍ମପୁରର ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର , ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ପାରଳାଖେମୁଣ୍ଡି ତହସିଲଦାର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଜାନି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୀଳମାଧବ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ଼, ବିଶାଖାପଟଣାର ପକ୍ଷରୁ ଟି. ଭଲସାରାଜ ଏବଂ ସୁଶ୍ରୀ ଭାନେସ୍ୱା ଭଲସାରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ଼ , କଟକ ଶାଖା କାର୍ଯ୍ୟାଳୟର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ।
କୋଷ୍ଟାଲ କର୍ପୋରେସନ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ଏକ ସହଯୋଗୀ କମ୍ପାନୀ କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ ଏହି ଇଥାନଲ ପ୍ରକଳ୍ପ ସ୍ଥାପନ କରିବ ଏବଂ ଏହାର ସ୍ଥାପିତ କ୍ଷମତା ୧୯୮,୦୦୦ କେଏଲପିଡି ହେବ ଏବଂ ୧୫୦ କୋଟି ଟଙ୍କା ବ୍ୟୟରେ ୩୦ ଏକର ପରିମିତ ସ୍ଥାନରେ ଏହା ସ୍ଥାପନ କରାଯାଉଛି । ଏହି ପ୍ରକଳ୍ପରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବା ସମ୍ଭାବନା ରହିଛି । ପ୍ରକଳ୍ପର ଇଞ୍ଜିନିୟରିଂ, ସାମଗ୍ରୀ ସଂଗ୍ରହ ଏବଂ ନିର୍ମାଣ (ଇପିସି) ଠିକା ଏକ୍ସେଲ ଇଞ୍ଜିନିୟରିଂ, ପୁନେକୁ ପ୍ରଦାନ କରାଯାଇଛି ।
ଏହି ଶୁଭ ଅବସରରେ ପ୍ରକାଶ କରି କୋଷ୍ଟାଲ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ଭାଇସ ଚେୟାରମ୍ୟାନ ଶ୍ରୀ ଟି ଭଲସାରାଜ କହିଥିଲେ, “ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଇଥାନଲ ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହେବା ଆମପାଇଁ ଗୌରବର ବିଷୟ ହୋଇଛି । ଏହି ଅବସରରେ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଦେଶର ବିକାଶ ଦିଗରେ ଆମ ପ୍ରତିବଦ୍ଧ ଏବଂ ସେ ଦିଗରେ କାର୍ଯ୍ୟ କରୁଛୁ, କାରଣ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) ପ୍ରୟାସ କେବଳ ଦେଶର ତୈଳ ଆମଦାନୀ ଖର୍ଚ୍ଚ ଏବଂ ଅଙ୍ଗାକାମ୍ଳ ନିର୍ଗମନ ହ୍ରାସ କରିବାକୁ ଉଦ୍ଧିଷ୍ଟ ନୁହେଁ, ତାହା ସହିତ ଏହା ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରତା ପ୍ରୟାସରେ ମଧ୍ୟ ଉନ୍ନତି ଆଣିବ ।”
କାକିନାଡା ସଂପ୍ରସାରଣ ପ୍ରକଳ୍ପ ସମ୍ପର୍କରେ ତାଜା ତଥ୍ୟ:
- କେଏସଇଜେଡ, କାକିନାଡା, ଆନ୍ଧ୍ରପ୍ରଦେଶ ଠାରେ ସମନ୍ୱିତ ଶୀତଳ ଶୃଙ୍ଖଳ ପ୍ରକଳ୍ପ ୧୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ଏବଂ ଏଥିରୁ ୨୦୨୨ ଜାନୁଆରୀରୁ ଉତ୍ପାଦନ ଆରମ୍ଭ ହେବ ।
- ୩୫ ଏମଟିପିଡିର ନୂତନ କ୍ଷମତା ଜାଆଁଳ ଉତ୍ପାଦନ / ମାରିନେଟ କରାଯାଇଥିବା ଉତ୍ପାଦକୁ ନେଇ ମୂଲ୍ୟଯୁକ୍ତ ଉତ୍ପାଦବର୍ଗକୁ ସମ୍ପ୍ରସାରିତ କରିବ, ଯେଉଁ ଉତ୍ପାଦରୁ ଅଧିକ ଲାଭ ମିଳିପାରିବ ।
- କମ୍ପାନୀ ଦୃଢ ନିଶ୍ଚିତ ଯେ ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ କମ୍ପାନୀକୁ ଏହାର ସଂପ୍ରତି ରହିଥିବା ଦୈନିକ ଉତ୍ପାଦନ କ୍ଷମତା ୨୩-୨୫ ଟନରୁ ଦ୍ୱିଗୁଣିତ କରି ଦୈନିକ ୪୫-୫୦ ଟନରେ ପହଞ୍ଚିବା ସହିତ ପରବର୍ତ୍ତୀ ଅଭିବୃଦ୍ଧି ସ୍ତରକୁ ନେଇଯିବ ।
ବ୍ୟବସାୟିକ ତାଜା ତଥ୍ୟ:
- ହରିଡାମାଡ, ଖୋର୍ଦ୍ଧା, ଓଡ଼ିଶାରେ ନୂଆ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପ ୪୦ କୋଟି ଟଙ୍କା ମୂଳଧନ ନିବେଶରେ ସ୍ଥାପନ କରାଯାଇଛି ।
- ଓଡ଼ିଶାରେ ଅଧିକ ୩୫ ଏମଟିପିଡି କ୍ଷମତା ସହିତ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପୁନଶ୍ଚ ମୂଲ୍ୟଯୁକ୍ତ ଉତ୍ପାଦବର୍ଗକୁ ପରିବ୍ୟାପ୍ତ କରିବ ।
- ୧୪ କୋଟି ଟଙ୍କା ମୂଳଧନ ବିନିଯୋଗରେ ସ୍ଥାପିତ ନିଜସ୍ୱ ସୌର ଶକ୍ତି ପ୍ରକଳ୍ପ ପ୍ରତି ୟୁନିଟ ପିଛା ଶକ୍ତି ବାବଦ ଖର୍ଚ୍ଚ ୭-୮ ଟଙ୍କାରୁ ୩-୪ ଟଙ୍କାକୁ ହ୍ରାସ କରିଛି (ଏହାଦ୍ୱାରା ବାର୍ଷିକ ନେଟ୍ ପ୍ରାୟ ୪ କୋଟି ଟଙ୍କା ସଞ୍ଚୟ ହେଉଛି) ।
ରାଜ୍ୟ
୨୦୦ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
- Hits: 326