ହେଡଲାଇନସ୍:

ଉପାନ୍ତ କ୍ଷେତ୍ର ପାରଳାଖେମୁଣ୍ଡି ଠାରେ ପବିତ୍ର ବାହୁଡାଯାତ୍ରା ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

22-07-18-PA.jpg - 119.73 kB

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଉପାନ୍ତ କ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନି ଜିଉ ପ୍ରଭୂ ଜଗନ୍ନାଥ, ବଳଭଦ୍ର ଏବଂ ଶୁଭଦ୍ରାଙ୍କ ପବିତ୍ର ବାହୁଡା ରଥଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ୨ଦିନ ଧରି ପାରଳାଖେମୁଣ୍ଡି ସମେତ ସମଗ୍ର  ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରରେ ବର୍ଷା ହେବା ଫଳରେ ଯାତ୍ରା ମାନ୍ଦାବସ୍ଥା ଦେଖାଦେଇଥିଲା । ଆଜି ବାହୁଡା ଯାତ୍ରା ଦିନରେ ପାଗ ସମ୍ପୁର୍ଣ୍ଣ ଅନକୁଳ ଥିବା ଯୋଗୁଁ ସମଗ୍ର ବଡଦାଣ୍ଡ ଓ ଗୁଣ୍ଡିଚା ପଡିଆରେ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମାନଙ୍କ ଜନସମୁଦ୍ର ହେବା ଦେଖାଯାଇଥିଲା । ଚତୁର୍ଦ୍ଧା ମୁର୍ତ୍ତିଙ୍କ ରଥ ଉପରକୁ ପହଣ୍ଡିବିଜେ ଯୁବରାଣୀ କଲ୍ୟାଣୀ ଦେବୀଙ୍କ ରଥ ଉପରେ ଛେରାପହରା କାର୍ଯ୍ୟକ୍ରମ ଏବଂ ବାହୁଡାଯାତ୍ରାର ରଥଟଣା ପ୍ରଭୃତି କାର୍ଯ୍ୟକ୍ରମ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।

ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ସେନାପଟ, ଲୁଗାପିନ୍ଧା ଲାଗି , ଆଳତୀ ପୂଜାର୍ଚ୍ଚନା ପ୍ରଭୃତି ପାରମ୍ପରିକ ଦେବନୀତି କାର୍ଯ୍ୟ ସମ୍ପନ୍ନ ହେବା ପରେ ରଥାରୁଢ ହୋଇ ଚତୁର୍ଦ୍ଧା ମୁର୍ତ୍ତୀ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୂ ସୁଦର୍ଶନ, ତାପରେ ବଳଭଦ୍ର ଶୁଭଦ୍ରା ଓ ଜଗନ୍ନାଥଙ୍କୁ ରଥ ଉପରକୁ ପହଣ୍ଡି ହୋଇଥିଲା । ଏହି ସମୟରେ ସଂକୀର୍ତ୍ତନ , ଘଣ୍ଟ , ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପହଣ୍ଡି ସ୍ଥଳ କମ୍ପି ଉଠିଥିଲା ।

ଅପରାହ୍ନ ୪.୩୫ ମିନିଟ ସମୟରେ ତିନି ଜିଉଙ୍କୁ ତିନ ରଥକୁ ଶ୍ରଦ୍ଧାଳୁ ଭକ୍ତ ମାନେ ଦଉଡି ସାହାଯ୍ୟରେ ଟାଣି ନେଇଥିଲେ । ଶ୍ରୀ ମନ୍ଦିର ଅଭିମୁଖେ ପାରଳାଖେମୁଣ୍ଡିର ପାରମ୍ପରିକ ରୀତିନୀତୀ ଅନୁସାରେ ମା ଶୁଭଦ୍ରା ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ ।

ପାରଳାଖେମୁଣ୍ଡିି ସହର ଆନ୍ଧ୍ର ସୀମାନ୍ତକୁ ଲାଗିରହିଥିବା ଯୋଗୁଁଏହି ସୀମାନ୍ତ ଅଞ୍ଚଳରେ ଏହା ଏକ ପ୍ରମୁଖ ଯାତ୍ରା ଏହି ପବିତ୍ର ଯାତ୍ରା ଦେଖିବା ପାଇଁ ସମଗ୍ର ଗଜପତି ଜିଲ୍ଲା, ରାୟଗଡ,ଗଂଜାମ ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

 

0
0
0
s2sdefault