ହେଡଲାଇନସ୍:

"ସଖୀ" ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ 'ନାରୀ ସୁରକ୍ଷା ଓ ଅଧିକାର' କୁ ନେଇ ଏକ ସଚେତନତା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ" ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ 'ନାରୀ ସୁରକ୍ଷା ଓ ଅଧିକାର' କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି କଲ୍ୟାଣୀ ଦେବୀ , ସମ୍ମାନୀତ ଅତିଥି ଶ୍ରୀ ବିକାଶ ମେହେର , "ସଖୀ" ଓ୍ବାନ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , "ସଖୀ" ଓ୍ବାନ ଷ୍ଟପ୍ ସେଣ୍ଟରର କାଉନସିଲର ଶ୍ରୀମତି ମିନା କୁମାରୀ ଟହଲ , ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମାସିନୀ ଲୀମା , ମହାବିଦ୍ୟାଳୟର ସମ୍ପାଦକ ଶ୍ରୀ କେ. ଅରୁଲ କୁମାର , ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଲୋକନାଥ ମିଶ୍ର।, "ସଖୀ" ଓ୍ବାନ ଷ୍ଟପ୍ ସେଣ୍ଟରର ସମସ୍ତ କାର୍ଯ୍ୟକର୍ତ୍ତା ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମଞ୍ଚସ୍ଥ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ "ସଖୀ" ଓ୍ବାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ସଭାପତିତ୍ବ କରିଥିବାବେଳେ ଶ୍ରୀମତି ମିନା କୁମାରୀ ଟହଲ ସ୍ବାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ସଭାରେ ମୁଖ୍ୟ ଅତିଥି ନାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଏହାର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସମ୍ୟକ୍ ଧାରଣା ଦେବା ସହ, ସମ୍ମାନୀତ ଅତିଥି ଶ୍ରୀ ବିକାଶ ମେହେର ନାବାଳିକା ପ୍ରତି ହେଉଥିବା ଅତ୍ୟାଚାର , ନିର୍ଯ୍ୟାତନା ଓ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ସେହିପରି ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଜିଲ୍ଲାରେ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ଓ ମାନସିକ ନିର୍ଯାତନା ତଥା ବାହ୍ୟ ରାଜ୍ୟକୁ ଚାଲଣ ହେଉଥିଲେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି ପଦ୍ମାସିନୀ ଲୀମା ଶିଶୁ ସୁରକ୍ଷା ଆଇନ୍ ଓ ମିନା କୁମାରୀ ଟହଲଙ୍କ ଏକ ସ୍ବରଚିତ ସଙ୍ଗୀତ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ଏହି କାର୍ଯ୍ୟକ୍ରମଟି ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି "ସଖୀ" ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ କୁହାଯାଇଛି। ଶେଷରେ ଶ୍ରୀମତି ପ୍ରତି ପ୍ରିୟଦର୍ଶିନୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସୁମତି ପରିଚ୍ଛା ଓ ମୋହିନୀ ପ୍ରଧାନ ସହଯୋଗ କରିଥିଲେ।

0
0
0
s2sdefault