ଏକ କୋଟି ଟଙ୍କା ରୁ ଉର୍ଦ୍ଧ ବିସ୍ପୋରକ ସାମଗ୍ରୀ ସହିତ ୧୬ ଜଣ ଗିରଫ
ରଣପୁର(ପ୍ରସନ୍ନ ସାମନ୍ତରାୟ): ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ରେ ଦୀର୍ଘ ଦିନ ଧରି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଚାଲିଥିବା ବେଳେ ଏହି ବେଆଇନି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଙ୍କୁ ନେଇ ସ୍ଥାନୀୟ ଜନସାଧାରଣ ଓ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିବା ସହିତ ଆନ୍ଦୋଳନ ଜାରୀ ରଖିଥିଲେ ଏହା ପରେ ମଧ୍ୟ୍ୟ ପ୍ରଶାସନ ତରଫରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ପ୍ରତିବାଦ ରେ ପ୍ରଶାସନ ନିଷ୍କ୍ରିୟତାକୁ ନେଇ ଆଗାମୀ ଡ଼ିସେମ୍ବର 2 ତାରିଖ ରେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନତମ ପନ୍ଥା ଗ୍ରହଣ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ବୈଠକ ବସି ନିଷ୍ପତି କରାଯାଇଥିଲା | ତେବେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ଦୁଷ୍ଟି ରଖି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ତହସିଲଦାର ଓ ରଣପୁର ଥାନା ଦାୟିତ୍ୱରେ ଥିବା ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସହିତ ରଣପୁର ପୋଲିସ ର ଏକ ଟିମ ମିଳିତ ଭାବେ ଲୋଧାଚୁଆ ରାଜସ୍ବ ନିରୀକ୍ଷକ ଙ୍କ ଅଧୀନରେ ଥିବା କୋଇଲମା ମୋୖଜା ର 4ଟି ଖଣି ଉପରେ ଚଢ଼ାଉ କରି ୭ଟି କଂପରସର ଟ୍ରାକଟର ସହିତ ଏକ କୋଟି ଟଙ୍କା ରୁ ଉର୍ଦ୍ଧ ବିସ୍ପୋରକ ସାମଗ୍ରୀ ଜବତ କରିବା ସହିତ ୧୬ ଜଣ ଙ୍କୁ ଗିରଫ କରି ରଣପୁର ଥାନା କେଶ ନଂ 259/2021 ରେ କୋର୍ଟ ଚାଲାଣ କରାଯାଇଛି | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଏହି ଚଢ଼ାଉ ରେ ରଣପୁର ଥାନା ସବ ଇନ୍ସପେକେଟର ପ୍ରିତୀପ୍ରକାଶ ମହାନ୍ତି ଓ ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ | ତେବେ ଯଥା ଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିବା ସହ ଏହି ଚଢ଼ାଉରେ ସାହାଯ୍ୟ ସହଯୋଗ କରିଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ଆଇ. ଆଇ. ସି ରଶ୍ମି ରଞ୍ଜନ ଦାଶ ଧନ୍ୟବାଦ ଜଣାଇଛନ୍ତି |