ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲ ଅଂଚଳରେ ଥିବା ପାହାଡ଼ ଓ ସଂରକ୍ଷିତ ଜମିରୁ ପ୍ରଶାସନ ଦୃଷ୍ଟି ଆଢୁଆଳରେ ବେଧଡ଼କ ଭାବେ ମୋରମ ଦିନ ରାତି ଚାଲାଣ ହେଉଥିବା ଅଭିଯୋଗ ହୋଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀରାମପଦା ଆଦର୍ଶ ବିଦ୍ୟାଳୟ ନିକଟ ତଥା ନିର୍ମାଣାଧୀନ ଷ୍ଟାଡିଅମର ମଧ୍ୟ ଭାଗରେ ଥିବା ସଂରକ୍ଷିତ ଜମିରୁ ମୋରମ ଚାଲାଣ କରିବା ଦ୍ୱାରା ସେଠାରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ସୂଚନା ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଥିଲେ I ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଘୁ.ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ସେଠାରେ ପହଞ୍ଚି ପାଞ୍ଚ ଗୋଟି ଟ୍ରାକ୍ଟର ଏଵଂ ଏକ ନମ୍ବର ବିହୀନ ହାଇବା ନୂତନ ବସ ଷ୍ଟାଣ୍ଡରେ ଅଟକ ରଖିଥିବା ସୂଚନା ମିଳିଛି I ଘଟଣା ସମ୍ପର୍କରେ ଆମେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଫୋନ ମାଧ୍ୟମରେ ମତାମତ ନେଇ ଥିଲୁ I ଏହା ରାଜସ୍ବ ବିଭାଗ ଅଧୀନରେ ରହିଛି I ଘଟଣା ସମ୍ପର୍କରେ ତହସିଲଦାର ସଠିକ ଭାବେ କହିପାରିବେ ବୋଲି କହିଛନ୍ତି I ତତ୍ପରେ ତହସିଲଦାରଙ୍କ ମତାମତ ନେବାରୁ ସେ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି I ଏଭଳି ଘଟଣା ଘୁ.ଉଦୟଗିରି ତହସିଲ ଅଂଚଳରେ ପ୍ରଥମ ନୁହେଁ ଅଂଚଳର ବିଭିନ୍ନ ପାହାଡ଼ କାଟି ବେଧଡ଼କ ମୋରମ ଚାଲାଣ ହେଉଥିବା ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରୁନଥିବା ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି I ମୁରୁମ ମାଫିଆଙ୍କ ବେଧଡ଼କ ମୁରୁମ ଚାଲାଣ ଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଛି I ଏହି ପରି ଭାବରେ ମାଫିଆମାନେ ଘୁ.ଉଦୟଗିରି ତହସିଲ ଅଞ୍ଚଳରୁ ବେଧଡ଼ ଭାବେ ଲକ୍ଷ ଲକ୍ଷ ଟଙ୍କାର ମୋରମ ବେଆଇନ ଭାବରେ ଚାଲାଣ କରୁଛନ୍ତି I ଯାହା ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ମଧ୍ୟ କ୍ଷତି ହେଉଛି I ତେଣୁ ଏପରି ବେଧଡ଼କ ମୋରମ ଚୋରା ଚାଲାଣ କରୁଥିବା ମୋରମମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୁରୁମ ଚାଲାଣକୁ ରୋକିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I
ରାଜ୍ୟ
ପ୍ରଶାସନ ଦୃଷ୍ଟି ଆଢୁଆଳରେ ବେଧଡ଼କ ମୋରମ ବେଆଇନ ଚାଲାଣ
- Hits: 339