ହେଡଲାଇନସ୍:

ସର୍ବୋଚ୍ଚ ଯନ୍ତ୍ରୀ ଙ୍କର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତେନ୍ତୁଳିଖୁଣ୍ଟି ଠାରେ ଭବ୍ୟ ସ୍ୱାଗତ କଲେ ଅଞ୍ଚଳବାସୀ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଚରଦାପାଳି ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ପୋଲ ଅଂଚଳକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ ସାମଲ ପରିଦର୍ଶନ ରେ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ସ୍ଥାନୀୟ ଲୋକଙ୍କର ବହୁ ଦିନର ଦାବିକୁ ସମ୍ମାନ ଜଣାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଅନୁରୋଧ ଓ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ଏହି ପୋଲ ନିର୍ମାଣ ପାଇଁ କୋଡିଏ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ । ବର୍ତ୍ତମାନ ପୋଲ ନିର୍ମାଣ ପାଇଁ ମାଟି ପରୀକ୍ଷା ଚାଲିଛି ।
ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାମଲ ପଦ୍ମପୁର ପୂର୍ତ୍ତ ବିଭାଗର ରାସ୍ତା ରୁ ତେନ୍ତୁଳିଖୁଣ୍ଟି ପର୍ଯନ୍ତ ନିର୍ମାଣାଧୀନ ପ୍ରଧାନ ମନ୍ତ୍ରୀ ରାସ୍ତାକୁ ପରିଦର୍ଶନ କରିଥିଲେ । ଏହି ଅବସରରେ ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ତେନ୍ତୁଳିଖୁଣ୍ଟି ଠାରେ ଅଂଚଳ ବାସୀଙ୍କର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥଲା । ସର୍ବୋଚ୍ଚ ଯନ୍ତ୍ରୀ ନିର୍ମାଣାଧୀନ ସାତ କିଲୋମିଟର ରାସ୍ତା ର ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ କାର୍ଯକୁ ଭଲ ଭାବରେ ତଦାରଖ କରିବା ସହିତ ଅନେକ ସ୍ଥାନରେ ନିଜେ ନିର୍ମାଣର ପରୀକ୍ଷା କରିଥିଲେ । ଏହି ଅଂଚଳ ବାସୀ ବହୁ ଦିନରୁ ଏହି ରାସ୍ତାର ଉନ୍ନତି କରଣ ଦାବି କରି ଆସୁଥିଲେ । ସାଢ଼େ ପାଞ୍ଚ ମିଟର ବିଶିଷ୍ଟ ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ବାନ୍ଦୁପାଳି , ବିରିପାଲି , ତେନ୍ତୁଳିଖୁଣ୍ଟି ଆଦି ଗ୍ରାମର ଲୋକେ ଉପକୃତ ହେବା ସହିତ ପ୍ରତିଦିନ ପାଠ ପଢିବାକୁ ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଉପକୃତ ହେବେ । ଏହି ରାସ୍ତା କାମ ପାଇଁ ଅ ଆବଶ୍ୟକତା ମୁତାବକ ସମସ୍ତ ବ୍ୟବସ୍ଥା କରାଯିବ ଓ ଠିକ ସମୟ ମଧ୍ୟରେ ରାସ୍ତା କାମ ସରିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ । ସର୍ବୋଚ୍ଚ ଯନ୍ତ୍ରୀ ଙ୍କର ଏହି ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବାଜୀ ପ୍ରଧାନ , ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault