କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ସଦର ମହକୁମାସ୍ଥିତ ପଂଚାୟତ ସମିତି ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ତଥା ରାଜନୀତି ଅଧ୍ୟ୍ୟାପକ ଦେବେନ୍ଦ୍ର ସୁନାନୀ ପରିଚାଳନା କରିଥିବା ବେଲେ ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି କଳେଜ ଅଧ୍ୟକ୍ଷ ପ୍ରଭାଷ କୁମାର ପଣ୍ଡା,ଅଧ୍ୟ୍ୟାପକ ଫକୀର ପାଢୀ, ନଳିନୀକାନ୍ତି ସା, ମହେନ୍ଦ୍ର କୁମାର ମେହେର, ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସ ଉପରେ ଆଲୋକପାତ କରିଥିଲେ ।
ପରେ ଉପସ୍ଥିତ ଅତିଥି ଓ ଛାତ୍ରୀଛାତ୍ର ସମ୍ବିଧାନ ର ପ୍ରସ୍ତାବନାକୁ ସମୁହ ପାଠ କରିଥିଲେ । ଏଥିରେ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । କଳେଜ ଡିଇଓ କାର୍ତ୍ତିକ ବାଗ, ଛାତ୍ର ଡିଙ୍କୁ ସାହୁ,ଆଲୋକ ସାହୁ,ତୋଫାନ ପୁଞ୍ଜି, ଗୌରାଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ନଳିନୀକାନ୍ତି ସା ଧନ୍ୟବାଦ ଅର୍ପଣ କରିଥିଲେ ।