ପ୍ରସିଦ୍ଧ ପୀର ଜାହାନିଆ ପୀଠରେ ବେଳାଭୂମି ସାହିତ୍ୟ ସଂସଦ ତରଫରୁ ବେଳାଭୂମି କଳା ଓ ସାହିତ୍ୟ ଉତ୍ସବ
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଳକର ସମନ୍ୱୟ ସ୍ଥଳୀ ପ୍ରସିଦ୍ଧ ପୀର ଜାହାନିଆ ପୀଠରେ ବେଳାଭୂମି ସାହିତ୍ୟ ସଂସଦ ତରଫରୁ ବେଳାଭୂମି କଳା ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ରୂପେ ଯୋଗଦେଇ ବିଶିଷ୍ଟ କବି ଓ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀପାଟ୍ଟଶାଣୀ କହିଥିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଅସ୍ମିତା ଏବଂ ତା'ର ସାହିତ୍ୟ ହେଉଛି ଅସ୍ତିତ୍ବର ପରିଚୟ।ଭାଷା ବଞ୍ଚିଲେ ଜାତି ବଞ୍ଚିବ ଏବଂ ସାହିତ୍ୟ ଏବଂ ସଂସ୍କୃତି ଚିରକାଳ ବଞ୍ଚିବ।
ସମାରୋହରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡକ୍ଟର ହରିହର ମିଶ୍ର, ଡକ୍ଟର ମହମ୍ମଦ ଉସିଦ ଖାନ୍,,ପ୍ରାଧ୍ୟାପକ ଡକ୍ଟର କ୍ଷିରୋଦ ଚନ୍ଦ୍ର ରାୟ, ଓଡ଼ିଶା କୃଷକ ସମବାୟ ସମିତି ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ, ସାହିତ୍ୟିକ ସସ୍ମିତା ଦାସ , ବ୍ୟଙ୍ଗ ସାହିତ୍ୟିକ ସମ୍ପଦ ରଥ ଓ ସୁନୀତା ପଣ୍ଡାପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ମତାମତ ଦେଇଥିଲେ।
ଉତ୍ସବରେ ସଂସଦର ସଭାପତି ଚିତ୍ତରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସାମ୍ବାଦିକ ଦୁଃଶାସନ ନାୟକ ଅନୁଷ୍ଠାନ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ଶିକ୍ଷାବିତ୍ ପ୍ରତାପ କୁମାର ରାଉତ ମଞ୍ଚ ସଞ୍ଚାଳନ କରିଥିଲେ। ଉତ୍ସବରେ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ନିର୍ଦ୍ଦେଶନାରେ ଋତୁପର୍ଣ୍ଣା କଳା ସଂସଦ ତରଫରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ସମାଜସେବୀ ଦିଗମ୍ବର ବେହେରାଙ୍କୁ ବେଳା ଭୂମି ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଉତ୍ସବରେ ମୋଟ ୩୫ ଜଣଙ୍କୁ ବେଳାଭୂମି ସମ୍ମାନ ପ୍ରଦାନ କରାଯାଇଥିଲା।ସଂଯୋଜକ ଶୋଭାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସର୍ବ ଶ୍ରୀ ପବିତ୍ର କୁମାର ବିଶ୍ବାଳ, ମାନସରଞ୍ଜନ ପଟ୍ଟନାୟକ, ତ୍ରିଲୋଚନ ବେହେରା, ବ୍ରହ୍ମାନନ୍ଦ ସାହୁ,ବିଜୟ ଭଟ୍ଟ, ରାଜେଶ ମହାନ୍ତି , ସୁନନ୍ଦା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।