ହେଡଲାଇନସ୍:

ଡେପ୍ରାଇଭ୍ ହଷ୍ଟେଲରୁ ବ୍ରାଜିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜୁନିଅର ଚାମ୍ପିଅନସିପରେ ସିଲଭର ମେଡ଼ାଲ ଜିତି ଫେରିଲେ ବାବଲୁ

22-07-18-dillip.jpg - 82.24 kBବଡ଼ବିଲ (ଶାସକ ପ୍ରଶାସକ) : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ବିଜୟର ମୂଳମନ୍ତ୍ର । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଡ଼ବିଲର ଆଦିବାସୀ ବାଳକ ବାବଲୁ ମୁଣ୍ଡା । ବ୍ରାଜିଲଠାରେ ଖେଳାଯାଇଥିବା ୭ମ ଜୁନିଅର ଉଷୁ ଚାମ୍ପିଅନସିପରେ ସିଲଭର ମେଡ଼ାଲ ଜିତି ବଡ଼ବିଲ ପାଇଁ ଗର୍ବ ଆଣିଛନ୍ତି ବାବଲୁ ମୁଣ୍ଡା  । ଗତ ୧୦ତାରିଖରୁ ୧୬ତାରିଖ ମଧ୍ୟରେ ବ୍ରାଜିଲଠାରେ ଅନୁଷ୍ଠିତ   ଅନ୍ତର୍ଜାତୀୟ ଉଷୁ ଚାମ୍ପିଅନସିପର ୪୨କେଜି ବର୍ଗରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ ବାବଲୁ । ସେମି ଫାଇନାଲରେ ଇରାନ ଓ ପେରୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ପରେ ଇଜିପ୍ଟ ସହ କଡ଼ା ମୁକାବିଲା ହୋଇଥିଲା । ମାତ୍ର ଅଳ୍ପ କେତୋଟି ପଏଂଟ ବ୍ୟବଧାନରେ ଗୋଲ୍ଡ ମେଡ଼କାଲ ପାଇବାରୁ ବଂଚିତ ହୋଇଥିଲେ  ସେ  । ବାବଲୁଙ୍କୁ ସିଲଭର  ମେଡ଼ାଲରେ ସନ୍ତୋଷ ହବାକୁ ପଡ଼ିଥିଲା  । ତେବେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଏହି ପ୍ରତିଭାବାନ ଖେଳାଳି ହେଉଛନ୍ତି ବଡ଼ବିଲ ନୋଡ଼ାଲ ସ୍କୁଲ ଡେପ୍ରାଇଭ୍ ହଷ୍ଟେଲର ଆଦୀବାସୀ ଛାତ୍ର ବାବଲୁ ମୁଣ୍ଡା । ଯୋଡ଼ା ବ୍ଲକ ସିଆଲି ଯୋଡ଼ା ଗାଁର ବାପ ଛେଉଣ୍ଡ ବାବଲୁ ମୁଣ୍ଡା ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସମଗ୍ର ଦେଶରେ ନାଁ କରି ପାରିଛନ୍ତି । କୋଚ ପଙ୍କଜ ମହାନ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଜିନ୍ଦଲ ଫାଉଣ୍ଡେସନର ସାହାଯ୍ୟ ତାଙ୍କୁ ସଫଳତା ଆଣିବାରେ ବେଶ୍ ସହାୟକ ହୋଇପାରିଛି  ।

ବ୍ରାଜିଲରୁ ଫେରି ଆସିଛି ପୁରୀ ଇଂଟରସିଟି ଟ୍ରେନ ଯୋଗେ ବାବଲୁ ଓ ତାଙ୍କ କୋଚ ପଙ୍କଜ ମହାନ୍ତ | ବଡ଼ବିଲ ରେଲୱେ ଷ୍ଟେସନରେ ପହଂଚିବା  କ୍ଷଣି ବଡ଼ବିଲବାସୀଙ୍କ ତରଫରୁ ଛୁଟିଥିଲା ସମ୍ବର୍ଦ୍ଧନାର ସୁଅ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଲୋକେ ତାଙ୍କୁ କୋଳେଇ ନେଇଥିଲେ । ଷ୍ଟେସନ ନିକଟରେ ଜିନ୍ଦଲ ଫାଉଣ୍ଡେସନ ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଉଭୟ ବାବଲୁ ଏବଂ ତାଙ୍କ କୋଚଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଡ଼ବିଲ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର , ତହସିଲଦାର, ପୌର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବାବଲୁଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା କରିବା ପରେ ନେଡ଼ାଲ ସ୍କୁଲ ଡେପ୍ରାଇଭ୍ ହଷ୍ଟେଲକୁ ଯାଇଥିଲେ ସେଠାରେ ତାଙ୍କୁ ସହପାଠୀ ଓ ଶିକ୍ଷକମାନେ ତାଙ୍କୁ ପାଛୋଟି ନେଇଥିଲେ । ସେହିପରି ବାବଲୁଙ୍କ ନିଜ ଗାଁ ସିଆଲିଯୋଡ଼ାରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା  । ତେବେ ବାବଲୁ, ଏହି ସଫଳତା ପାଇଁ ଶ୍ରେୟ ଦେଇଛନ୍ତି ନିଜର କୋଚ ପଙ୍କଜ ମହାନ୍ତଙ୍କୁ । ଆଗକୁ ତାଙ୍କର ଲକ୍ଷ୍ୟ ରହିଛି, ଅଲିମ୍ପିକରେ ଗୋଲ୍ଡ ମେଡ଼ାଲ ଜିତିବାକୁ  । ବାବଲୁଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ କେବଳ ବଡ଼ବିଲ ନୁହେଁ, ସାରା ରାଜ୍ୟ ଓ ଦେଶ ଆଜି ଗର୍ବିତ ।

0
0
0
s2sdefault