ହେଡଲାଇନସ୍:

 ବୃକ୍ଷଗୁଡ଼ିକର ଯତ୍ନ ନେବା ପାଇଁ ବୃକ୍ଷଗୁଡ଼ିକୁ ପୋଷ୍ୟ  ବୃକ୍ଷ ଭାବେ ଗ୍ରହଣ କଲେ ଛାତ୍ରଛାତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସ୍ୱେଚ୍ଛାସେବୀ ଅନୁଷ୍ଠାନ  ସେବା ସମିତି ତରଫରୁ ଦକ୍ଷତା ବିକାଶ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଉମରକୋଟ (ଶାସକ ପ୍ରଶାସକ) : ଉମରକୋଟ୍ ଶିଳ୍ପ ତାଲିମ କେନ୍ଦ୍ରଠାରେ ସେବା ସମିତି ପକ୍ଷରୁ ଦକ୍ଷତା ବିକାଶ, ସ୍ୱଚ୍ଛ ନିର୍ମଳ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମରୋକଟ୍ ତହସିଲଦାର ଧର୍ମରାଜ ମାଝୀ ଯୋଗ ଦେଇ ଆଜିର ଦିନରେ ଯୁବ ସମାଜର ଦକ୍ଷତାର ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ ହୋଇ ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ପରିସର ମଧ୍ୟରେ ନିଜେ ଗାତ ଖୋଳି ବୃକ୍ଷରୋପଣ କରିଥିଲେ । ନିଜ ଛାତ୍ରଜୀବନର ଉପଲବ୍ଧି ଓ ସମସ୍ୟାର ସାମ୍ନା କିଭଳି କରିବା ହୁଏ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ କଳିଙ୍ଗ ବିଦ୍ୟାପୀଠର ପ୍ରତିଷ୍ଠାତା  ସତ୍ୟବ୍ରତ ସାମଲ ଯୋଗ ଦେଇ ବୃକ୍ଷର ଉପକାରିତା ଓ ବୃକ୍ଷରୋପଣ କରିବା ଦ୍ୱାରା ସୁଫଳ ନେଇ ଆଞ୍ଚଳିକ ଭାଷାରେ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଦ୍ୟରେ ବନପାଳ ସ୍ଥିତିପ୍ରଜ୍ଞା ତ୍ରିପାଠୀ, ବସନ୍ତ କୁମାର ସେନାପତି, ସେବା ସମିତିର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଶତପଥୀ ଏହି କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ  । ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଜୱାର ଦାସ କେକନ୍ଦ୍ରର ପରିସରକୁ ସବୁଜ ବାନନୀରେ ପରିପୂର୍ଣ୍ଣ କରି ସମସ୍ତ ଛାତ୍ରଛାତ୍ରୀ ପ୍ରକୃତିର ଉପାରଗ କରିବେ ବୋଲି ମତ ରଖିଥିଳେ । ସେବା ସମିତିର ଅଧ୍ୟକ୍ଷ ସଞ୍ଜିବ ସୁବୁଦ୍ଧି ଏହି କାର୍ଯ୍ୟକ୍ରମର ଆୟୋଜକ ଭାବେ ଉପସ୍ଥିତ ରହି ସମୟ ବିଦ୍ୟାର୍ଥୀଙ୍କ ସହଯୋଗ କ୍ରମେ ପ୍ରତ୍ୟେକ ଗ୍ରାମରେ ଓ ଅନୁଷ୍ଠାନ  ଗୁଡ଼ିକରେ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିଳ୍ପ ତାଲିମ କେନ୍ଦ୍ରର ବିଦ୍ୟାର୍ଥୀଙ୍କ ପ୍ରମୁଖ ଲଗାଯାଇଥିବା ବୃକ୍ଷଗୁଡ଼ିକର ଯତ୍ନ ନେବା ସହ ପରସ୍ପରଙ୍କ ମଧ୍ୟରେ ବୃକ୍ଷଗୁଡ଼ିକୁ ପୋଷ୍ୟ  ବୃକ୍ଷ ଭାବେ ଗ୍ରହଣ କରିଥିଲେ । ଉକ୍ତ ତାଲିମ କେନ୍ଦ୍ରରେ ତିନିଶହରୁ ଉର୍ଧ୍ଵ  ବୃକ୍ଷରୋପଣ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ବୃକ୍ଷର ଉପକାରିତା ଉପରେ ଏକ ସଙ୍ଗୀତ ନୃତ୍ୟ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ  । ପ୍ରଶିକ୍ଷକ ବାବୁ ଦଳେଇ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ସେବା ସମିତିର ଅଧ୍ୟକ୍ଷ ସଞ୍ଜିବ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault