ହେଡଲାଇନସ୍:

ସରକାରଙ୍କ ନୂଆ ଯୋଜନା  : ଅଙ୍ଗନବାଡି ପିଲାଙ୍କୁ ବି ୟୁନିଫର୍ମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

   ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ବଣ୍ଟାଗଲା ପୋଷାକ 

ଦ୍ୟ ଶୈଶବ  ଯତ୍ନ ଓ ଶିକ୍ଷା ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିଏବଂ ଆଦ୍ୟଶିକ୍ଷା ପାଇଁ ସୁରକ୍ଷିତ ଓ ସହାୟକ ପରିବେଶ ସୃଷ୍ଟି କରିଥାଏ ।ଶିଶୁମାନଙ୍କର ସାର୍ବଜନୀନ ବିକାଶ ପାଇଁ ଅଙ୍ଗନୱାଡ଼ି ସେବା ଗୁଡିକ ମାଧ୍ୟମରେ ସ୍ୱାସ୍ଥ୍ୟ, ପୁଷ୍ଟି, ମାନସିକ, ସାମାଜିକ ଓ ଭାବାନାତ୍ମକ ବିକାଶର ସମନ୍ୱୟ ରକ୍ଷା କରାଯାଇଥାଏ । ଅଙ୍ଗନୱାଡ଼ିକୁ ଆସୁଥିବା୩ ରୁ ୬ ବର୍ଷ ବୟସ୍କ ଶିଶୁମାନଙ୍କୁ ଉପଯୁକ୍ତ ପରିବେଶଯୋଗାଇଦେଇ ସେମାନଙ୍କୁ  ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତକରାଯାଇଥାଏ ।ୟୁନିଫର୍ମ ଶିଶୁଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହା ସେମାନଙ୍କର ଆତ୍ମ ପରିଚୟ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ ।

ଶିଶୁମାନଙ୍କ ମଧ୍ୟରେ ଆତ୍ମ ସମ୍ମାନ, ଶୃଙ୍ଖଳ ବ୍ୟବହାର ଏବଂ ଉପସ୍ଥାନର ବୃଦ୍ଧି ପାଇଁ ଓଡ଼ିଶା ସରକାର  ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟପରିଧାନ ଯୋଜନା ମାଧ୍ୟମରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ ଶିଶୁକୁ ବର୍ଷକୁ ଦୁଇହଳ ପ୍ରାକ୍ ବିଦ୍ୟାଳୟ ପୋଷାକ ବଣ୍ଟନ ପାଇଁ ବ୍ୟବସ୍ଥା କରିଅଛନ୍ତି  । ପ୍ରାକ୍ ବିଦ୍ୟାଳୟ  ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଆର୍ଥôକବର୍ଷ ୨୦୧୨-୧୩ ରେ ଆରମ୍ଭ କରାଯାଇଥିଲା ।୨୦୧୮-୧୯ ରେଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇଥିବା୨୦,୧୮,୦୬୦ ଶିଶୁଙ୍କ ପାଇଁ ପୋଷାକ ବାବଦରେ ଜିଲ୍ଲାମାନଙ୍କୁ ୪୦୩୬.୧୨ ଲକ୍ଷଟଙ୍କା ପ୍ରଦାନ କରାଯାଇଅଛି ।

ଜିଲ୍ଲାମାନଙ୍କୁ ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଏକ ସପ୍ତାହ ପାଇଁ ଜୁଲାଇ ୧୫ ରୁ ୨୨ ମଧ୍ୟରେ ସୁଚାରୁ ରୂପେ ସମ୍ପାଦନ କରିବାକୁ ନିର୍ଦ୍ଦେଶ  ଦିଆଯାଇଅଛି । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ, ମାତୃଏବଂ ଯାଞ୍ଚ କମିଟିର ସଭ୍ୟ/ସଭ୍ୟା, ଅଭିଭାବକ ଏବଂ ଅଙ୍ଗନୱାଡ଼ି ସେବା ଅଞ୍ଚଳର ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଗହଣରେ ବଣ୍ଟନ କରାଯାଉଅଛି ।

 

0
0
0
s2sdefault