ହେଡଲାଇନସ୍:

ଭଦ୍ରକରେ ୧୪ତମ ଜିଲ୍ଲାସ୍ତରୀୟ  ସଡକସୁରକ୍ଷା ବୈଠକ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 

ଭଦ୍ରକ/Satyabhusan Swami  ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ୧୪ତମ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂର୍ପକୀୟ ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ବୈଠକରେ ଭଦ୍ରକର ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର,ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର; ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୂଦନ ମିଶ୍ର,ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ,ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅବଦୁଲ ରସିଦ୍,ଜାତୀୟ ରାଜପଥର କତ୍ତୃପକ୍ଷ ,ବସ ସିଣ୍ଡିକେଟ  ପକ୍ଷରୁ  ଶ୍ରୀନିବାସ ପତି ,ରୋଟାରିଆନ ଅତିସ କୁମାର ବେହେରା,ଅବକାରୀ ବିଭାଗର ଅଧିକ୍ଷକ ପୁରୁଷୋତ୍ତମ ଧାରୁଆ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦିନକୁ ଦିନ ସଡକ ଦୃର୍ଘଟଣା ବଢିବା ସହ ବେପରୁଆ ଗାଡିଚାଳନା ଯୋଗୁଁ ବାରମ୍ବାର ଦୃର୍ଘଟଣା ଫଳରେ ବହୁଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି ଦୃର୍ଘଟଣା ରୋକିବା ପାଇଁ ସଚେତନତା ସହ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା  ସ୍କୁଲ ଏରିଆସ୍ଥାନ ଏବଂ ଗୁରୁତ୍ୱ ପୂର୍ଣ୍ଣ ଛକ ଯାଗାରେ ସାଇନବୋର୍ଡଲଗାଯିବା ସହ ସ୍ପିର୍ଡଲାଇଟ୍  ଲଗାଇବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଜାତୀୟ ରାଜପଥର ଯେଉଁ ସ୍ଥାନରେ ରାସ୍ତା ଫାଟିଯାଇଛି,  ରାସ୍ତା ଦବିଯିବା ସହ ପିଚୁ ଉଠିଗଲାଣି  ସେହିସବୁ ସ୍ଥାନରେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ତୁରନ୍ତ ଏହିସବୁ ସ୍ଥାନକୁ ମରାମତି କରିବାକୁ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।  ସେହିପରି ଜିଲ୍ଲାରେ ଘରୋଇ ସ୍କୁଲରେ ପଢୁଥିବା ପିଲା ମାନଙ୍କୁ ନେବାଆଣିବା କରୁଥିବା ବସ୍ , ପିକପ୍ ଭେନ୍ ,ଟେମ୍ପୁ, ଅଟୋ, ଗୁଡ଼ିକରେ ଫିଟ୍ନେସ୍ ଅଛିକି ନାହିଁ ସେହି ଯାନଗୁଡ଼ିକୁ ଯାଞ୍ଚ କରି ରିପୋର୍ଟ ଦେବାକୁ ପରିବହନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ସେହିପରି ସହର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯିବା ସହ ପୌରପାଳିକା ଅଞ୍ଚଳ ଓ ଜାତୀୟ ରାଜପଥ କଡ଼ରେ ବୁଲା ଗାଈଗୋରୁ ଚଳ ପ୍ରଚଳ ଓ ଗୋଷ୍ଠୀ ହୋଇ ଶୋଇବା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏହି ବୁଲାଗାଈଗୋରୁ ମାଲିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ଏକ କାଞ୍ଜିଆବୋଦାର ବ୍ୟବସ୍ଥା କରିବାକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୁହାଯାଇଥିଲା । ପୌରପାଳିକା ଅଞ୍ଚଳରେ ଥିବା ରାସ୍ତାର ଗମନାଗମନ ନିମନ୍ତେ ନିଦ୍ଧିଷ୍ଟ ରାସ୍ତାର ସୀମାରେ ହ୍ୱାଇଟ୍ ଲାଇନ୍ ଲଗାଇବାକୁ ପୃତ୍ତ ଓ ଗୃହନିର୍ମଣ ବିଭାଗକୁ ଅବଗତ କରାଇବାକୁ ବୈଠକରେ ଆଲୋଚନା କରାଯାଇଥିଲା ।  ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଜିଲ୍ଲାରେ ରେଡ଼କ୍ରସ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ କିଣାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ସହରରେ ଥିବା ପେଟ୍ରୋଲ ପଂମ୍ପରେ ନୋ ହେଲ୍ମେଣ୍ଟ ନୋ ପେଟ୍ରୋଲ୍ ଆଇନ୍କୁ କଡାକଡି  ପାଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ଭଦ୍ରକ ମେଡ଼ିକାଲରେ ଟମାକେୟାର ସେଣ୍ଟରରେ ଦୁର୍ଘଟଣାରେ ଆହତଙ୍କୁ ସେବା ଯୋଗାଇଦେବା ପାଇଁ୪ଟି ସ୍ୱତନ୍ତ୍ର କକ୍ଷ ସମେତ ଜଣେ ବିଶେଷଜ୍ଞ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ଜିଲ୍ଲାଚିକିିସôାଧିକାରୀଙ୍କୁ କୁହାଯାଇଥିଲା । 

0
0
0
s2sdefault