ହେଡଲାଇନସ୍:

ପ୍ରଶାସନ କାଲା ନା ଅନ୍ଧ : ଦେଖାଯାଉନିକି ୫ ଖଣ୍ଡ ଗାଁ ଲୋକଙ୍କ ଦୁର୍ଦ୍ଦଶା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଛି ଘଟିବାକୁ ବୋଧେ ଚାହିଁ ରହିଛନ୍ତି ସରକାର !!

ପ୍ରଶାସନ କାଲା ନା ଅନ୍ଧ : ଦେଖାଯାଉନିକି ୫ ଖଣ୍ଡ ଗାଁ ଲୋକଙ୍କ ଦୁର୍ଦ୍ଦଶା

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୌଗଳିକ ସ୍ଥିତି ଅତି ଆଶ୍ଚର୍ଯଜନକ । ବ୍ଲକ ମୁଖ୍ୟାଳୟରୁ ବ୍ଲକ ର କିଛି ଅଂଚଳକୁ ଯିବାଆସିବା ଭି ବହୁତ କଷ୍ଟ କର ଯେମିତି ପାଇକମାଲ ରୁ ଚରଦାପାଲି ବା ଲଖମରା ପଞ୍ଚାୟତର କିଛି ଗ୍ରାମକୁ ଯିବାକୁ ହେଲେ ପଦ୍ମପୁର ପଟୁ ଯିବାକୁ ପଡ଼ିବ । ବ୍ଲକ ମୁଖ୍ୟାଳୟରୁ ଲଖମରା ବ ଚରଦାପାଲିକୁ ଯିବାକୁ ପ୍ରାୟ ଦେଢ଼ ରୁ ଦୁଇ ଘଣ୍ଟା ଲାଗିଯାଏ। ସେହିଭଳି ଏ ଅଞ୍ଚଳ ରେ ବସବାସ କରୁଥିବା ଲୋକମାନେ ବ୍ଲକ କାମ ପାଇଁ ପାଇକମାଲକୁ , ଥାନା କାମ ପାଇଁ ଜଗଦଲପୁର କୁ ଓ ତହସିଲର କାମ ପାଇଁ ପଦ୍ମପୁର କୁ ଯାଉଛନ୍ତି। ସେହିଭଳି ସ୍ୱାସ୍ଥ ଓ ଶିକ୍ଷା ତଥା ଗମନାଗମନ ର ବିଶେଷ କିଛି ସୁବିଧା ନାହିଁ। ମୁଖ୍ୟତଃ ଗମନାଗମନର ଦୁରାବସ୍ଥା ଏ ଅଞ୍ଚଳର ଜନସାଧାରଣ ଙ୍କର ମୁଖ୍ୟ ସମସ୍ୟା । ବର୍ଷସାରା ନଦୀ ରେ କମ ପାଣି ଥାଏ ଲୋକେ କୋଣସି ମତେ ନଈ ପାର ହେଇ ଯିବାଆସିବା କରନ୍ତି କିନ୍ତୁ ବର୍ଷା ଦିନେ ନଈ ରେ ପ୍ରବଳ ପାଣି ବୋହି ଥାଏ ଏହି ଦମୟରେ ଚରଦାପାଲି ର 5 ଖଣ୍ଡ ଗ୍ରାମ ର ଲୋକେ ସମ୍ପୂର୍ଣ ଭାବରେ ଜଳବନ୍ଦୀ ହୋଇ ପଡ଼ିଥାନ୍ତି। ଗୋଟେ ମାତ୍ର ଜର୍ଜର ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନେ ନିଜେ ଓ ନିଜର ଗାଡି ସହିତ ଡଙ୍ଗା ଦ୍ୱାରା ନଈ ପାରି ହେବାକୁ ବାଧ୍ୟ ହୁଅନ୍ତି। ସ୍କୁଲ ଓ କଲେଜ ରେ ପାଠ ପଢ଼ୁଥିବା ପିଲାଙ୍କର ଅବସ୍ଥା ନାକହିବା ଭଲ। ଆକସ୍ମିକ ଭାବରେ ଯଦି କାହାର ଦେହ ଖରାପ ହେଇଗଲା ତେବେ ତାକୁ ଭଗବାନ ଭରସା। ଦୀର୍ଘ ଦିନ ଧରି ଚରଦାପାଲି ,ଚାଙ୍ଗରିଆ ,ଲୁହୁରାକୋଟ ,ଲହଣ୍ଡିପୁର ଓ ଗୁଂଛାଡ଼ିହି ଏହି 5 ଖଣ୍ଡ ଗ୍ରାମବାସୀ ମାନେ ଅଙ୍ଗ ନଦୀ ଉପରେ ଏକ ପୋଲ ଦାବି କରି ଆସୁଛନ୍ତି କିନ୍ତୁ ବଡ ଦୁଃଖ ର ବିଷୟ ଯେ ସରକାର କିମ୍ବା କୋଣସି ପ୍ରଶାସନିକ ଅଧିକାରୀ କେଭେ ଭି ଅଂଚଳ ବାସୀଙ୍କର ଦାବିକୁ ଗୁରୁତ୍ୱ ପ୍ରଦାନ କରିନାହାନ୍ତି। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟ କୁ ଉପସ୍ଥାପନ କରାଯାଇଛି ହେଲେ ପ୍ରଶାସନ ଗଭୀର ନିଦ୍ରାରେ । ଅଞ୍ଚଳବାସୀଙ୍କୁ ତାଙ୍କ ସମସ୍ୟାରୁ କେଭେ ମୁକ୍ତି ମିଳିବ ଦେଖିବାକୁ ବାକି ରହିଲା।

0
0
0
s2sdefault