ହେଡଲାଇନସ୍:

ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

21-07-18-padam-nila.jpg - 88.59 kBପଦ୍ମପୁର/ ନୀଳ ଦୀପ -ବିଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଭା ଅନ୍ବେଷଣ ୨୦୧୮ ଅନୁଷ୍ଠିତ ହୋଇଯାଇଛି । ନୄତ୍ୟ ଗୁରୁ ରମେଶ ଗୁର୍ଲାଙ୍କ ତତ୍ତ୍ବାବଧାନ ଏବଂ ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରକଳା,ସଙ୍ଗୀତ ଓ ନୄତ୍ୟ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଶୁଭଶ୍ରୀ ପ୍ରଧାନ ଓ ବରିଷ୍ଠ ବିଭାଗରେ ନିରାକାର ଛତ୍ରିଆ ।ସଙ୍ଗୀତ ରେ କନିଷ୍ଠ ବିଭାଗରେ ଆର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀ ଓ ବରିଷ୍ଠ ବିଭାଗରେ ସୋନାକ୍ଷୀ ପାଣିଗ୍ରାହୀ ଏବଂ ନୄତ୍ୟ ରେ କନିଷ୍ଠ ବିଭାଗରେ ସାଗରିକା ଯୋଷୀ ଓ ବରିଷ୍ଠ ବିଭାଗରେ ସ୍ମୀତାରାଣୀ ସାହୁ କୄତିତ୍ବ ଲାଭ କରି ପୁରସ୍କୃତ ହୋଇଥିଲେ । ଗୁରୁ ଯୂଗଳ କିଶୋର ମହାନ୍ତି,ଦାମୋଦର ପଣ୍ଡା,କୋକିଳ ସାହୁ,ଆଶିଷ କୁମାର ବୈକାର ଓ ଅଞ୍ଚଳି ପରିଡା ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇ ଥିଲେ।କୄତୀ ପ୍ରତିଯୋଗୀ ମାନଙ୍କୁ ବିଞାପିତ ଅଞ୍ଚଳ ପରିଷଦ ର ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ଚିତ୍ରୋତ୍ପୋଲା ମେହେର ପୁରସ୍କାର ବିତରଣ କରିଥିଲେ ।ଶେଷରେ ଆକାଉଟାଣ୍ଟ ସୋମ୍ୟବଳ୍ଳଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ଶିକା,ରାଜନ ସାହୁ,ରଘୁମଣି ସାହୁ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault