ହେଡଲାଇନସ୍:

ଟ୍ରକ ଧର୍ମ ଘଟ, ବୌଦ୍ଧରେ ଶହ ଶହ ଟ୍ରକ   ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ, (ସିମୁନ ନାଏକ): ସାରା ଦେଶରେ ବିଭିନ୍ନ ଦାବୀ ନେଇ  ଅଖିଳ ଭାରତ  ମୋଟର ପରିବହନ କଂଗ୍ରେସ  ଓ ଓଡିଶା ରାଜ୍ୟ ଟ୍ରକ ମାଲିକ  ମହାସଂଘ ପକ୍ଷରୁ ସାରା ଦେଶରେ ଟ୍ରକ ଧର୍ମଘଟ  ଡାକରା ଦିଆଯାଇଛି । ଏହି ଧର୍ମ ଘଟରେ ବୌଦ୍ଧ ଜିଲା ଟ୍ରକ ମାଲିକ ସଂଘ ଓ ହାଇୱା ମାଲିକ ସଂଘ  ସାମିଲ ହୋଇ ଟ୍ରକ ଚଳାଚଳକୁ ସଂପୁର୍ଣ୍ଣ ବନ୍ଦ କରିଛନ୍ତି । ବୌଦ୍ଧରେ ଉଭୟ ସଂଘ ପକ୍ଷରୁ  ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୌଦ୍ଧ ବ୍ରିଜ ଛକ ଠାରେ  ପିକେଟିଂ କରି ଟ୍ରକ ଚଳାଚଳକୁ ସଂପୁର୍ଣ୍ଣ ବନ୍ଦ କରିଛନ୍ତି । ଫଳରେ ଜାତୀୟ ରାଜପଥ କଡ଼ରେ ଶହ ଶହ ଟ୍ରକ ଅଟକ ରହିଛି । ମହାସଂଘର ଦାବୀ ଡିଜେଲ ଦର ହା୍ରସ, ଥାର୍ଡ  ପାର୍ଟି ଇନ୍ସୁରାନ୍ସ ଓ ପ୍ରିମିୟମ ହା୍ରସ , ଟୋଲ ଗେଟ ଉଛେଦ ଆଦି ୬ ଦଫା ଦାବୀ ନେଇ ଏହି ଚକା ଜାମ  ଧର୍ମଘଟ  ଡ଼ାକରା ଦିଆଯାଇଥିବା ବୌଦ୍ଧ ଜିଲା ଟ୍ରକ ମାଲିକ ସଂଘ  ସଭାପତି ଶିବ ପ୍ରସାଦ ମିଶ୍ର  ସୁଚନା ଦେବା ସହ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଟ୍ରକ ବନ୍ଦ ରହିବ ବୋଲି ପ୍ରକାଶ କରିଛନ୍ତି । 

0
0
0
s2sdefault