ହେଡଲାଇନସ୍:

 ଲକ୍ଷ ଲକ୍ଷ ଟଙ୍କା ଖତ ଖାଉଛି, କେହି ବୋପାମା ନାହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୋଦାମ ଘରେ ନଷ୍ଟ ହେଉଛି, ବ୍ଲକ ବାଲାଙ୍କୁ ଜଣାନାହିଁ କାହାର 

ବୌଦ୍ଧ, (ସିମୁନ ନାଏକ

ବୌଦ୍ଧ ଜିଲା କଂଟାମାଳ ବ୍ଲକ ଗୋଦାମ ଗୃହରେ ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର ପଡ଼ି ରହି ଖତ ଖାଉଛି । ଦିର୍ଘ ବର୍ଷ ଧରି ଏସବୁ  ଗୋଦାମରେ ପଡ଼ି ରହିଥିବାବେଳେ ଏସବୁ କେଉଁଠୁ ଆସିଲା, କିଏ ଆଣିଲା , କୌଉଥି ପାଇଁ ଆସିଲା ବ୍ଲକରେ ଏ ବାବଦରେ କୌଣସି ତଥ୍ୟ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ, ୧୯୯୨-୯୩ ଆର୍ଥିକ ବର୍ଷରେ ତକ୍ରାଳିନ ବିଡ଼ିଓ  ଜି ବି ପ୍ରଧାନ ଇନ୍ଦୀରା ଆବାସ ହିତାଧିକାରୀଙ୍କୁ  ଦେବା ପାଇଁ ଏ ସବୁ ଟିଣ ଚାଦର ଆଣିଥିଲେ । ହେଲେ ହିତାଧିକାରୀଙ୍କୁ ଦେବା ବଦଳରେ ଏପର୍ଯ୍ୟନ୍ତ ଗୋଦାମ ଗୃହରେ ପଡ଼ି ରହିଛି । ସେହି ଦିନ ଠାରୁ ଏହି ବ୍ଲକରେ ଆଜି ପର୍ଯ୍ୟନ୍ତ ୧୬ ଜଣ ବିଡ଼ିଓ ଦାଇତ୍ୱ ବହନ  କରିସାରିଲେଣି ହେଲେ କୌଣସି ବି  ବିଡ଼ିଓ କେବେ ଜାଣିବାକୁ ଚାହିଁ ନାହାନ୍ତି ଯେ, ଏସବୁ ଟିଣ ଚାଦର କାହିଁକି ଏଠାରେ ପଡ଼ି ରହିଛି । ଏପରି କି ଏ ସମ୍ବନ୍ଧିୟ କୌଣସି ଫାଇଲ ବ୍ଲକରେ ନ ଥିବା ଜଣା ପଡ଼ିଛି । ବ୍ଲକ କତୃପକ୍ଷଙ୍କୁ ପଚାରିଲେ କହୁଛନ୍ତି ଯେ,ଏହି ଚାଦର ସମ୍ବନ୍ଧିୟ କାଗଜ କାଳେ ହଜିଯାଇଥିବାରୁ ଆମେ କିଛି ଜାଣି ପାରୁ ନାହୁଁ । କେବଳ ଏହି ଚାଦର ଦୀର୍ଘ ଦିନରୁ ଏହି ଗୋଦାମ ଗୃହରେ ପଡ଼ି ରହିଥିବାର ସେମାନେ ଜାଣିଛନ୍ତି ହେଲେ ଏ ବିଷୟରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ତେବେ ବ୍ଲକ ପ୍ରସାଶନିକ କାର୍ଯ୍ୟାଳୟରୁ ଫାଇଲ ହଜିଯାଇଥିବା ଘଟଣା ଯେତିକି ଆଚର୍ଯ୍ୟ ଲାଗୁଛି ତାଠାରୁ ଅଧିକ ସନ୍ଦେହ  ହେଉଛି ତକ୍ରାଳିନ ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ । ତେବେ ସରକାରୀ ଅର୍ଥରେ କିଣାଯାଇଥିବା ଏହି  ଲକ୍ଷ ଳକ୍ଷ ଟଙ୍କାର ଟିଣ ଚାଦର ନଷ୍ଟ  ହୋଇ ଖତ ଖାଉଥିବା ଘଟଣାରେ କାହାକୁ ଦାଇ କରାଯିବ ବୋଲି ସଚେତନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅସଲ ରହସ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

0
0
0
s2sdefault