ହେଡଲାଇନସ୍:

୭ ଦିନ ମଧ୍ୟରେ ଶିକ୍ଷକ ନଦେଲେ ସ୍କୁଲରେ ପଡିବ ତାଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣପାହାଡ ଘେରା ମଧ୍ୟରେ ଥିବା ଆଦିବାସୀ ଅଧୁଷିତ ତଳଗାଁ ପଂଚାୟତର ତଳଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ନଥିବା ହେତୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାବାରେ ଲାଗିଛି । ଏନେଇ ସେମାନେ ହରଭଙ୍ଗା ବ୍ଲକର ଗୋଷ୍ଠୀ  ଶିକ୍ଷାଧିକାରୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ଆସନ୍ତା ସାତ ଦିନ ମଧ୍ୟରେ ଅବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇଦେବା ପାଇଁ ଦାବୀ କରିଛନ୍ତି । ଯଦି ଶିକ୍ଷକ ନିଯୁକ୍ତ କରାନଯାଏ ତାହେଲେ ବାଧ୍ୟ ହୋଇ ସେମାନେ ଆସନ୍ତା ୨୧ ତାରିଖରୁ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରାପ୍ତ ସୂଚନା ମତେ ତଳଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୫ ଜଣ ଛାତ୍ରଛାତ୍ର ଶିକ୍ଷା ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ କେବଳ ଚାରି ଜଣ ଶିକ୍ଷକ ଅଛନ୍ତି । ଏହି ଭଳି ଭାବେ ଦେଖିବାକୁ ଗଲେ ଜଣେ ଶିକ୍ଷକ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ତଦ୍ୱାରା ଗୁଣାତ୍ମକ ଶିକ୍ଷା ପ୍ରାଦନରେ ସମସ୍ୟା ସୃଷ୍ଟି କରୁଛି । ଏନେଇ ସଂପୃକ୍ତ ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ସମେତ ପିଟିଏ ଓ ଏମଟିଏ ର ସଭ୍ୟ ସଭ୍ୟା  ମାନେ ବାରମ୍ବାର ବିଭଗୀୟ କର୍ତୁପକ୍ଷକ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ବିହିତ ପଦକ୍ଷେପ ନିଆ ଯାଉନଥିବାରୁ ବାଧ୍ୟ ହୋଇ ସେମାନେ ସ୍କୁଲରେ ତାଲା ପକାଇଲା ଭଳି ଚରମ ନିଷ୍ପତି ନେବେ ବୋଲି ଦର୍ଶାଇଛନ୍ତି । ଏଥି ସହିତ ଏହାର ଏକକିତା ନକଲ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବୌଦ୍ଧ ଜିଲ୍ଲାପାଳ ଙ୍କୁ ମଧ୍ୟ ଦେଇଛନ୍ତି । ଏନେଇ ହରଭଙ୍ଗା ଗୋଷ୍ଠୀ  ଶିକ୍ଷା ଅଧିକାରି ସନାତନ ଗାଣଙ୍କୁ ପଚାରିବାରୁ ସେ ଖୁବ କମ ଦିନ ଭିତରେ ଉକ୍ତ ବିଦ୍ୟାଳୟକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଦିଗରେ ଦୃଷ୍ଟି ଦେବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି । 

 

0
0
0
s2sdefault